ଭୁବନେଶ୍ୱର ୧୫/୦୬: ରାଜ୍ୟକୁ ମୌସୁମୀ ପ୍ରବେଶ କରିସାରିଛି । କିନ୍ତୁ ବଙ୍ଗୋସାଗରରେ ଘୂର୍ଣ୍ଣିବଳୟ ବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନ ଥିବାରୁ ବିଶେଷ ବର୍ଷା ନାହିଁ । ରାଜ୍ୟର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୧୯ ଓ ୨୦ ତାରିଖ ବେଳକୁ ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରାଯାଇଛି ।
ସୋମବାର ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ଅଛି । କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୫୦ରୁ ୬୦ କିମି ବେଗରେ ପବନ ବି ବହିପାରେ । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମଙ୍ଗଳବାର ଉତ୍ତର ଓ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଆଶଙ୍କା ଅଛି । ୨୦ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ :- ଭଉଣୀ ଘରକୁ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା , କଟିଗଲା ଯୁବକଙ୍କ ମୁଣ୍ଡ
ରବିବାର ମୌସୁମୀ ବାୟୁ ପାରାଦୀପ ଓ ବାରିପଦାକୁ ଅଗ୍ରସର ହୋଇଛି । ବୌଦ୍ଧରେ ସର୍ବାଧିକ ୪୩.୨ ଡିଗ୍ରୀ ଥିଲା । ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଥିଲା । ଭବାନୀପାଟଣାରେ ୪୧, ହୀରାକୁଦରେ ୪୦.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜରେ ୭୦ମିମି, ଜଗତସିଂହପୁର ନାଉଗାଁରେ ୬୦, ବାଲେଶ୍ୱର ରାଜଘାଟରେ ୫୦, ସୋରଡ଼ାରେ ୫୦, ଗନ୍ଦିଆରେ ୫୦ମିମି ବର୍ଷା ରେକର୍ଡ ହୋଇଛି । ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ର ତଳେ ଥିଲା ।