ଆଠଗଡ, ୧୪।୬ : ବଡମ୍ବା ଟି ସେତୁ ଉପରେ ଭୟଙ୍କର ଦୁର୍ଘଟଣା  । ଅଟୋ-ବାଇକ ମଧ୍ୟରେ  ଦୁର୍ଘଟଣା। ଏଥିରେ  ବାଇକ୍ ଆରୋହୀଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଛି । ମୃତକ ବାଇକ୍ ଆରୋହୀ ଜଣକ ହେଲେ ବଡମ୍ବା ବୃନ୍ଦାବନପୁର ଗ୍ରାମର ଶୁସିଲ କୁମାର ଗୋଛି ଓରଫ୍ ହାପି ଗୋଛି। ଭଉଣୀ ଘରକୁ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ତିନି  ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି।

ରଜ ପାଇଁ ଭଉଣୀ ଘରକୁ ଭାର ନେଇ ବାଇକରେ ବୃନ୍ଦାବନପୁର ଗ୍ରାମର ଶୁସିଲ କୁମାର ଗୋଛି ଯାଉଥିଲେ। ବଡମ୍ବା ଟି ସେତୁ ନିକଟରେ ଏକ ଅଟୋ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଘଟଣାସ୍ଥଳରେ ସୁଶିଲଙ୍କ  ମୁଣ୍ଡ ଶରୀରରୁ ଅଲଗା ହୋଇଯାଇଥିଲା।  ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦା ମାନେ ଟି-ସେତୁ ନିକଟରେ ରାସ୍ତାରୋକ କରି ପ୍ରତିବାଦ ଜଣାଇଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।ଖବର ପାଇ ବଡ଼ମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

​​​​​​​ଆହୁରି ପଢନ୍ତୁ ହୃଦୟବିଦାରକ : ମା’ଙ୍କୁ ହାଣି ହତ୍ୟା କଲା ପୁଅ