ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଓଡ଼ିଶାରେ ଖୁବ ଶୀଘ୍ର ନୂଆ ଷ୍ଟାର୍ଟଅପ୍ ପଲିସି ଆସିବ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya | January 28, 2025 8:31 PM

ଭୁବନେଶ୍ୱର, ୨୮।୧ :  ରାଜ୍ୟ ସରକାର ଖୁବ ଶୀଘ୍ର ସମସ୍ତ ଷ୍ଟେକହୋଲଡର ବିଶେଷ ଭାବରେ ଯୁବ ଉଦ୍ୟମୀଙ୍କ ସହ ଆଲୋଚନା କରି ନୂଆ ଷ୍ଟାର୍ଟଅପ୍ ପଲିସି ଆଣିବେ ।  ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସହଯୋଗ ଓ ସମନ୍ୱୟରେ ବଜାର, ନବସୃଜନ ଏବଂ ଆନୁଷଙ୍ଗିକ ସମର୍ଥିତ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା ଭଳି ବିଷୟକୁ ଦୃଷ୍ଟିରେ ରଖି ନୂଆ ଷ୍ଟାର୍ଟଅପ୍ ନୀତି ଅଣାଯିବ । ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ “ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା କନକ୍ଲେଭ -୨୦୨୫”ରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । 

 “ଓଡ଼ିଶା – ଏ ରାଇଜିଂ ଷ୍ଟାର୍ ଇନ୍ ଇଣ୍ଡିଆ ଷ୍ଟାର୍ଟଅପ୍ ଲ୍ୟାଣ୍ଡସ୍କେପ୍” ବା ଭାରତର ଷ୍ଟାର୍ଟଅପ ଦୃଶ୍ୟପଟ୍ଟରେ ଓଡ଼ିଶାର ଅଭ୍ୟୁଦୋୟ କଥାବସ୍ତୁରେ ନିଜ ମତ ରଖିଥିଲେ କେନ୍ଦ୍ରମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା କେବଳ ଏକ କାର୍ଯ୍ୟକ୍ରମ ନୁହେଁ ଏହା “ପୂର୍ବଦୋୟ”ର ଗର୍ବ ଓ ଗୌରବ । ପୂର୍ବଦୋୟ ମିଶନକୁ ସଫଳ କରିବା ପାଇଁ ଏହି ଉତ୍କର୍ଷ ଓଡ଼ିଶାର ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଥିଲେ। 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ରାଜ୍ୟର ବାଣିଜ୍ୟ, ଉଦ୍ଭାବନ ଓ ଶିଳ୍ପର ପରମ୍ପରା ରହିଛି ଏବଂ ଶିଳ୍ପ ବିପ୍ଳବ ୪.୦ରେ ଓଡ଼ିଶାର ନେତୃତ୍ୱ ନେବାର ଉଭୟ ଆକାଂକ୍ଷା ଓ ଦାୟିତ୍ୱ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି । ମୋଦୀ ସରକାରଙ୍କ ଯୋଜନା, ନୀତି ଓ ସଂସ୍କାରରେ ଓଡ଼ିଶା ସବୁଠୁ ଅଧିକ ଲାଭବାନ ହୋଇଛି । ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଥିବା ଶିଳ୍ପ ସମ୍ଭାବନା ଉପରେ ଆଲୋକପାତ କରିବା ସହ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଆହ୍ୱାନ କରିଛନ୍ତି । ଦୁଇଟି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଆସର୍ପିରେସିନାଲ ଇଣ୍ଡିଆ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଓଡ଼ିଶାରେ ଥିବା ସୁଯୋଗ, ସମ୍ଭାବନା ଓ ସୁନ୍ଦରତାକୁ ବିଶ୍ୱବାସୀଙ୍କ ସାମ୍ନାରେ ଆଣିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଭାରତକୁ ବୁଝିବା ପାଇଁ ହେଲେ ଓଡ଼ିଶାକୁ ବୁଝିବାକୁ ହେବ । ଓଡ଼ିଶାର ବିକାଶ ନ ହେଲେ ପୂର୍ବ ଭାରତର ବିକାଶ ହୋଇପାରିବ ନାହିଁ । ଓଡ଼ିଶାର ସାମଗ୍ରିକ ବିକାଶକୁ ଅଗ୍ରାଧିକାର ଦେଇ ପ୍ରଧାନମନ୍ତ୍ରୀ ଏଠାରେ ପୁଞ୍ଜିନିବେଶ କରିବା ପାଇଁ ସମସ୍ତ ନିବେଶକଙ୍କୁ ଆହ୍ୱାନ କରିଛନ୍ତି ।

 କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଉତ୍କର୍ଷ ଓଡ଼ିଶାରେ ଅନେକ କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପର ନିବେଶକମାନେ ସାମିଲ ହୋଇଛନ୍ତି । ଉତ୍କର୍ଷ ଓଡ଼ିଶାକୁ ନେଇ ଓଡ଼ିଆ ପିଲାମାନଙ୍କ ମଧ୍ୟରେ ଅଭୁତପୂର୍ବ ଉତ୍ସାହ ବଢିଛି । ନୂଆ ଷ୍ଟାର୍ଟଅପ୍ ପରିସଂସ୍ଥାନ ଓ ନୂଆ ପୁଞ୍ଜି ନିବେଶକାରୀଙ୍କୁ ଆମକୁ ସୃଷ୍ଟି କରିବା ପାଇଁ ହେବ । ଏଥିପାଇଁ ରାଜ୍ୟରେ ବଡ ବଡ ଶିଳ୍ପ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି । ଏଥିପାଇଁ ରାଜ୍ୟ ସରକାର ନୂଆ ଷ୍ଟାର୍ଟଅପ ପଲିସି ଆଣୁଛନ୍ତି । ଏହା ଦ୍ୱାରା ରାଜ୍ୟରେ ପୁଞ୍ଜିନିବେଶ ବଢିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତେବେ ଆମ ପାଇଁ ପ୍ରାଥମିକ ଚ୍ୟାଲେଞ୍ଜ ହେଉଛି ରାଜ୍ୟର ସମସ୍ତ ସମ୍ଭାବନାକୁ ଓଡ଼ିଶାରେ ଉପଯୋଗ କରିବା ପାଇଁ ପଡିବ, ତାହା ହିଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଓ ରଣନୀତି । ଦେଶରେ ଥିବା ୧.୫ ଲକ୍ଷ ଷ୍ଟାର୍ଟଅପ୍  ମଧ୍ୟରୁ ଓଡ଼ିଶାରେ କେତୋଟି ଷ୍ଟାର୍ଟଅପ୍ ଅଛି ସେଥିପାଇଁ ଆତ୍ମସମୀକ୍ଷା କରିବାକୁ ହେବ ।

 ୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ । ୨୦୪୭ ସୁଦ୍ଧା ଭାରତ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ । ତେବେ ଓଡ଼ିଶାକୁ ଯେତେବେଳେ ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ ହେବ ସେହି ସମୟ ସୁଦ୍ଧା ହାରାହାରି ୧୦୦ କୋଟି ଟଙ୍କା ଲେଖାଁଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ଷ୍ଟାର୍ଟ ଅପ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଯେତେବେଳେ ଓଡ଼ିଶା ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ କରିବ, ସେତେବେଳେ ଯେପରି ୧୦୦ ଜଣ ଉଦ୍ୟମୀ ବାହାରିବେ, ସେଥିପାଇଁ ଯୋଜନା କରିବାକୁ ହେବ । ଯେତେବେଳେ ଯୁବପିଢ଼ି ଭଲ ପାଠ ପଢ଼ି ନିଜ ଭାଗ୍ୟ ଓ ସମାଜର ନିର୍ମାଣ ପାଇଁ କାମ କରିବେ ତେବେ ଯାଇ ଆହୁରି ଅଧିକ ନୂଆ ସମ୍ଭାବନା ସୃଷ୍ଟି ହେବ । ବିଶ୍ୱବିଦ୍ୟାଳୟରେ ପାଠପଢା ଗବେଷଣା ଆଧାରିତ ହେଲେ ଯୁବପିଢିଙ୍କ ମଧ୍ୟରେ ଷ୍ଟାର୍ଟଅପର ସୃଜନଶୀଳତା ବଢିବ । 

 ଓଡ଼ିଶାରେ ଆଇଆଇଟି ଭୁବନେଶ୍ୱର, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଏନଆଇଟି ରାଉରକେଲା ଭଳି ନାମୀଦାମୀ ଅନୁଷ୍ଠାନ ରହିଛି। ଏହି ଜ୍ଞାନ କେନ୍ଦ୍ରଗୁଡ଼ିକ ଆମ ଯୁବବର୍ଗଙ୍କ ଭବିଷ୍ୟତ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ମିଲ୍କ ମନ୍ତ୍ର ଭଳି ଷ୍ଟାର୍ଟଅପ୍ ର ସଫଳତା ପ୍ରମାଣ କରୁଛି ଯେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷ ହାସଲ କରିବା ପାଇଁ ଓଡ଼ିଶାର ପ୍ରତିଭା, ଚିନ୍ତାଧାରା ଓ ସଂକଳ୍ପ ରହିଛି । ଏହାବ୍ୟତୀତ ଆଜି ଓଡ଼ିଶାରେ ଷ୍ଟାର୍ଟଅପକୁ ନେଇ ଅନେକ ଗୁଡ଼ିଏ ଏମଓୟୁ ସ୍ୱାକ୍ଷର ହେବା ଖୁସିର ବିଷୟ । ଓଡିଶା ପାଖରେ ଯେଉଁ ସମ୍ଭାବନା ଅଛି ସେଥିରେ ଆମେ ଷ୍ଟାର୍ଟଅପ୍ ଆଧାରିତ ଅର୍ଥନୀତି ରାଜ୍ୟ ହୋଇ ପାରିବା । ଏହି ଓଡ଼ିଶାର ଭୂମିରୁ ଚିନ୍ତାଧାରାକୁ ବିକଶିତ କରି ଷ୍ଟାର୍ଟଅପ ପରିସଂସ୍ଥାନକୁ ମଜଭୂତ କରିବାକୁ ହେବ । ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗୀ ହେବା ପାଇଁ ଓଡ଼ିଶାର ଉଦ୍ୟୋଗୀ ସମାଜ ସମେତ ଓ୍ୱେଲଥ୍ କ୍ରିଏଟରର ପରିବେଶ ତିଆରି କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । 

 ସମସ୍ତ ସମ୍ଭାବନାକୁ ଓଡ଼ିଶାରେ ଉପଯୋଗ କରିବା ପାଇଁ ଆମେ ରଣନୀତି ତିଆରି କରିବା ଦରକାର । ଓଡ଼ିଆ ପିଲାମାନଙ୍କ ମଧ୍ୟରେ ରୋଜଗାର ଦେବା ନା ନେବା, ଏହି ଚିନ୍ତାଧାରାକୁ ବଦଳାଇ ଓଡିଆ ପିଲାଙ୍କୁ ନିଯୁକ୍ତି ଅନ୍ୱେଷଣରେ ନ ରହି ନିଯୁକ୍ତିଦାତା କରିବା ପାଇଁ ପ୍ରଚେଷ୍ଟା କରିବା ଦରକାର । ଡବଲ ଇଞ୍ଜିନ ସରକାରରେ ସାଢେ ୪ କୋଟି ଓଡ଼ିଆଙ୍କ ଭାଗ୍ୟ ବଦଳିବ । ସମସ୍ତେ ମିଳିମିଶି ଓଡ଼ିଶାକୁ ଉଦ୍ଭାବନ, ଉଦ୍ୟୋଗ ଓ ସୁଯୋଗର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.