ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ : ଓଡ଼ିଶା ବିଜୟୀ

Published By : Suraj Kumar | November 16, 2024 10:52 PM

ଭୁବନେଶ୍ୱର, (୧୬/୧୧): ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ରେ ଓଡ଼ିଶା ହକି ଦଳ ଶନିବାର ସ୍ବର୍ଣ୍ଣ ପଦକ ହାସଲ କରିଛି। ଚେନ୍ନାଇର ମେୟର ରାଧାକ୍ରିଷ୍ଣନନ୍‌ ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ଶନିବାର ମ୍ୟାଚ୍ ରେ ଟିମ୍ ହରିୟାଣାକୁ ପରାସ୍ତ କରି ଟିମ୍ ଓଡ଼ିଶା ଏହି ଐତିହାସିକ ବିଜୟ ହାସଲ କରିଛି।

ଆଜି କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ବରିଷ୍ଠ ଅଧିକାରୀ, ଭାରତୀୟ ପୋଲିସ ସେବାର ଶିକ୍ଷାନବିସ, ହାଇ   ପରଫରମାନ୍ସ ସେଣ୍ଟର ଓ କ୍ରୀଡ଼ା ଛାତ୍ରବାସର କ୍ରୀଡ଼ାବିତ୍ ମାନେ ଆଭାସୀ ମାଧ୍ୟମରେ ଆଜି ଓଡ଼ିଶା ଓ ହରିୟାଣା ମଧ୍ୟରେ ହେଉଥିବା ଫାଇନାଲ ମ୍ୟାଚ୍ ଦେଖିଥିଲେ।

ଓଡ଼ିଶା ଟିମ୍ ର ଏହି ଐତିହାସିକ ବିଜୟ ପରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଟିମ୍ ର କ୍ୟାପଟେନ୍‌ ଦୀପ୍ସନ୍‌ ତିର୍କୀଙ୍କୁ ଟିମ୍ ଓଡ଼ିଶାର ବିଜୟ ପାଇଁ ଆଭାସୀ ମାଧ୍ୟମରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

କ୍ରୀଡାମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, ପ୍ରଥମଥର ପାଇଁ ଟିମ୍ ଓଡ଼ିଶା ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଆଜି ଓଡ଼ିଶା କ୍ରୀଡା ଜଗତ ପାଇଁ ଏକ ଐତିହାସିକ ଦିନ। ଟିମ୍ ଓଡ଼ିଶାର ଏହି ବିଜୟ ଆଗାମୀ ଦିନରେ ଓଡ଼ିଶାର ଅନେକ ଯୁବ କ୍ରୀଡ଼ାବିତ୍‌ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଶନିବାର  ଅନୁଷ୍ଠିତ ହୋଇଥିବା ମ୍ୟାଚ୍ ରେ ଟିମ୍ ଓଡ଼ିଶା ୫-୧ ଗୋଲ୍ ରେ ଟିମ୍ ହରିୟାଣାକୁ ପରାସ୍ତ କରି ଏହି ଐତିହାସିକ ବିଜୟ ହାସଲ କରିଛନ୍ତି। ଟିମ୍ ଓଡ଼ିଶାର କ୍ରୀଡ଼ାବିତ୍ ଶିଲାନନ୍ଦ ଲାକ୍ରା ଓଡ଼ିଶା ପାଇଁ ହ୍ୟାଟ୍ରିକ ଗୋଲ୍ କରିଥିବା ବେଳେ କ୍ରୀଡ଼ାବିତ୍ ରଜତ ଆକାଶ ତିର୍କୀ ଓ ପ୍ରତାପ ଲାକ୍ରା ଉଭୟ ଗୋଟିଏ ଗୋଟିଏ ଗୋଲ୍ କରିଥିଲେ। ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତ୍ ଶିଲାନନ୍ଦ ଲାକ୍ରାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ମଧ୍ୟ ଘୋଷଣା କରାଯାଇଛି।

ଟିମ୍ ଓଡ଼ିଶାର କୋଚ୍ ବିଜୟ କୁମାର ଲାକ୍ରା ଦଳର ଐତିହାସିକ ବିଜୟ ପାଇଁ ଖୁସିବ୍ୟକ୍ତ କରିଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଟିମ୍ ଓଡ଼ିଶାର ଏହି ବିଜୟଗାଥା ଜାରି ରହୁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଟିମ୍ ର କ୍ୟାପଟେନ୍‌ ଦିପ୍ସନ୍ ତିର୍କୀ ଟିମ୍‌ ର ସଫଳତା ପାଇଁ ଖୁସି ଥିବା ବେଳେ ଦୀର୍ଘ ଦିନରୁ ଜାରି ରହିଥିବା ପରିଶ୍ରମର ଫଳ ଆଜି ଟିମ୍ କୁ ମିଳିଛି ବୋଲି କହିଛନ୍ତି। ହକି ପ୍ରମୋସନ୍ କାଉନସିଲର ସିଇଓ ଦୀପଙ୍କର ମହାପାତ୍ର ମଧ୍ୟ ଟିମ୍ ଓଡ଼ିଶାର କ୍ରୀଡ଼ାବିତ୍ ମାନଙ୍କୁ ଆଭାସୀ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.