ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଯାତ୍ରା କମିଟି ସୁରକ୍ଷା ମଞ୍ଚର ଦାବି; ଟିକେଟ୍ ମୂଲ୍ୟ କମ୍ କର, ପାର୍ଟି ଗ୍ରେଡ୍ ଅନୁଯାୟୀ ନେଉ ମୂଲ୍ୟ

Published By : Harapriya Sethi | August 14, 2025 10:59 AM

ଭଦ୍ରକ,୧୪/୦୮: ଯାତ୍ରାକୁ ନେଇ ପୁଣି ଆରମ୍ଭ ହେଲାଣି ବିବାଦ । ଅତ୍ୟଧିକ ମୂଲ୍ୟକୁ ନେଇ ମେଳି ବାନ୍ଧିଲାଣି ଓଡ଼ିଶା ଯାତ୍ରା କମିଟି ସୁରକ୍ଷା ମଞ୍ଚ । ଭଦ୍ରକ ସହରର ନେହେରୁ ଷ୍ଟାଡିୟମ ନିକଟ ଏକ ହୋଟେଲ୍‌ ଏକଜୁଟ ହୋଇଛନ୍ତି ୩୦ରୁ ଅଧିକ ଯାତ୍ରା କମିଟି । 

ସୂଚନା ମୁତାବକ, ଆସନ୍ତା ୧୭ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି ସରିଛି । ଯାତ୍ରା ପରିବେଶଣ ପାଇଁ ଯାତ୍ରା କମିଟି ଗୁଡ଼ିକ ବହୁ କ୍ଷତି ସହୁଛନ୍ତି । ଟିକେଟ୍ ର ଅହେତୁକ ବୃଦ୍ଧି ଯାତ୍ରା ପ୍ରେମୀଙ୍କୁ ନିରାଶ କରିବା ସହ କମିଟିକୁ କ୍ଷତି ସହିବାକୁ ପଡୁଛି । ପୂର୍ବରୁ ମାଲିକ ସଂଘ ସହ ଆଲୋଚନା ହୋଇଥିଲେ ମଧ୍ୟ ଚଳିତ ଯାତ୍ରା ଋତୁରେ କମିଟିର ଦାବିପୂରଣ ହୋଇପାରୁନି । ତେଣୁ ସବୁ ଯାତ୍ରା କମିଟି ଏକାଠି ହେବା ଆରମ୍ଭ କରିଛନ୍ତି । ଆଗାମୀ ସମୟରେ ସମସ୍ତ କମିଟି ଦାବି ରଖିବେ ଯେ, ଯାତ୍ରା ଟିକେଟ୍‌ର ମୂଲ୍ୟ ୧୦୦, ୧୫୦ ଓ ୨୦୦ରେ ସୀମିତ ରଖାଯାଉ । ଯାତ୍ରାରେ ଅଶ୍ଲୀଳତା ପ୍ରଦର୍ଶିତ ନହେବା ଭଳି ଦାବି ରହିଛି । କିନ୍ତୁ ଆଲୋଚନା ମାଲିକ ସଂଘ ସହ ସଫଳ ହୋଇନଥିବାରୁ କମିଟି ଗୁଡ଼ିକ ଆଗାମୀ କାର୍ଯ୍ୟକାରିଣୀ ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.