ଭୁବନେଶ୍ୱର,୦୧/୦୬:  ରାଜ୍ୟରେ ଚଳିତ ବର୍ଷ ପ୍ରଥମ  ମୁଣ୍ଡ ନେଇଛି କରୋନା । ରାଜଧାନୀ  ଭୁବନେଶ୍ୱରରେ କରୋନାରେ ଆକ୍ରାନ୍ତ ଜଣେ ବୃଦ୍ଧ ରୋଗୀଙ୍କ ଶନିବାର  ରାତିରେ ମୃତ୍ୟୁ ଘଟିଛି । ବୃଦ୍ଧ ଜଣକ  କିଛିଦିନ ତଳେ କରୋନାରେ ଆକ୍ରାନ୍ତ  ଥିବା ଜଣାପଡ଼ିଥିଲା । ଏଥିସହ ସେ  ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ।  କରୋନା ପଜିଟିଭ୍‌ ଚିହ୍ନଟ ହେବା  ପରେ ତାଙ୍କୁ ଘରୋଇ ହସପିଟାଲରେ  ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା ।  ପରେ ସେ ଘରକୁ ଫେରିଆସି ହୋମ୍‌  ଆଇସୋଲେସନ୍‌ରେ ରହି ଚିକିତ୍ସିତ  ହେଉଥିଲେ । ଶନିବାର ତାଙ୍କର ମୃତ୍ୟୁ ଘଟିଛି।  କରୋନାରେ କି ଅନ୍ୟ ରୋଗ ପାଇଁ ତାଙ୍କର  ମୃତ୍ୟୁ ଘଟିଛି ସେ ନେଇ ସ୍ୱାସ୍ଥ୍ୟ ବିଭାଗ  ପକ୍ଷରୁ ତନାଘନା ଆରମ୍ଭ ହୋଇଛି ।