ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଓଡ଼ିଶାରେ ୨ ବର୍ଗ କି.ମି. ବଢ଼ିଛି ହେନ୍ତାଳ ବନ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀଙ୍କ ତଥ୍ୟ

Published By : Prameya | February 4, 2025 12:50 PM

ନୂଆଦିଲ୍ଲୀ,୦୪/୦୨: ଓଡ଼ିଶାରେ ୨୦୨୧ରୁ ୨୦୨୩ ମଧ୍ୟରେ ହେନ୍ତାଳ ବନ ୨ ବର୍ଗ କି.ମି. ବଢ଼ିଛି । ଓଡ଼ିଶାରେ ୨୦୨୧ରେ ୨୫୭.୫୧ ବର୍ଗ କି.ମି ହେନ୍ତାଳ ବନ ରହିଥିଲା ବେଳେ ୨୦୨୩ରେ ତାହା ୨୫୯.୦୬ ବର୍ଗ  କି.ମିକୁ ବୃଦ୍ଧି ପାଇଛି । କିନ୍ତୁ ଏହି ସମୟ ଭିତରେ ଦେଶରେ ହେନ୍ତାଳ ବନ ୪୯୯୯.୧୧  ବର୍ଗ କି.ମି.ରୁ ୪୯୯୧.୬୮ ବର୍ଗ କି.ମିକୁ  ହ୍ରାସ ପାଇଛି ବୋଲି ଆଇଏସ୍‌ଏଫଆର (ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟ) ୨୦୨୩ରୁ ଜଣାପଡିଛି । ଲୋକସଭାରେ  ସାଂସଦ କେସିନେନି ଶିବନାଥଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ  ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ କହିଛନ୍ତି ।  

ସେ କହିଛନ୍ତି ୨୦୨୧ରୁ ୨୦୨୩ ମଧ୍ୟରେ  ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ  ମହାରାଷ୍ଟ୍ରରେ ହେନ୍ତାଳ ବନ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗୁଜରାଟ ଓ ଆଣ୍ଡାମାନ- ନିକୋବର ଦ୍ୱୀପପୁଞ୍ଜରେ ହେନ୍ତାଳ ବନ ହ୍ରାସ ଘଟିଛି । ହ୍ରାସ ପାଉଥିବା ହେନ୍ତାଳ  ବନର ପୁନରୁଦ୍ଧାର କରିବା ଲାଗି ୨୦୨୩- ୨୪ରେ ମିଷ୍ଟ (ମ୍ୟାଙ୍ଗ୍ରୋଭ ଇନିସିଏଟିଭ୍‌  ଫର ସୋରଲାଇନ ହାବିଟାଟ୍‌ସ ଆଣ୍ଡ  ଟାଞ୍ଜିବୁଲ ଇନକମ୍‌ସ) କାର୍ଯ୍ୟକାରୀ ହେଉଛି ।  କାମ୍ପା ପାଣ୍ଠିରୁ ଏଥିପାଇଁ ଆର୍ଥିକ ସହାୟତା  ମଧ୍ୟ ଯୋଗାଇ ଦିଆଯାଉଛି । ମନ୍‌ରେଗା  ଓ ରାଜ୍ୟ ଭିତ୍ତିକ ବିଭିନ୍ନ ଯୋଜନା ସହ  ଏହାକୁ ସଂଲିପ୍ତ କରାଯାଇଛି । ୨୦୨୪- ୨୫ରେ ଏଥିପାଇଁ କାମ୍ପା ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯାଉଥିବା ସେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.