ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସର୍ବଭାରତୀୟ ନିଟ୍‌ ଏସ୍‌ଏସ୍‌ ପରୀକ୍ଷା: ପ୍ରଥମ ର‌୍ୟାଙ୍କ୍‌ରେ କଣ୍ଟାବାଞ୍ଜିର ୟଶ୍, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

Published By : Prameya | April 28, 2025 9:06 AM

ବଲାଙ୍ଗିର, ୨୮/୦୪: ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ପୁଣିଥରେ ଓଡ଼ିଆ ପୁଅ ପ୍ରଥମସ୍ଥାନ  ଅକ୍ତିଆର କରିଛନ୍ତି । ଏଥର ସର୍ବଭାରତୀୟ ନିଟ୍‌ ଏସ୍‌ଏସ୍‌ (ସୁପର ସ୍ପେଶାଲିଟି ଏଣ୍ଟ୍ରାନ୍‌ସ ପରୀକ୍ଷା-୨୦୨୫)ରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିବାସୀ ୟଶ  ଜୈନ ପ୍ରଥମ ର‌୍ୟାଙ୍କ ହାସଲ କରିଛନ୍ତି ।    

କଣ୍ଟାବାଞ୍ଜି ନିବାସୀ ସୁନୀଲ ଜୈନ ଓ ମାତା  ପୂଜା ଜୈନଙ୍କ ପୁଅ ୟଶ । ସେ ମୁମ୍ବାଇର ପ୍ରତିଷ୍ଠିତ କେଇଏମ୍‌ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ରେ ୧୪୭ ର‌୍ୟାଙ୍କ (ନିଟ୍‌)ର  ଡିଗ୍ରୀ ହାସଲ କରିଥିଲେ । ଏହାପରେ ମହାରାଷ୍ଟ୍ର ନାଗପୁର ସରକାରୀ ମେଡିକାଲ  କଲେଜରେ ଜେନେରାଲ ସର୍ଜରୀ ବିଭାଗରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।  

ଗତ ମାର୍ଚ୍ଚ ୩୦ରେ ପରୀକ୍ଷା ଦେଇଥିଲେ । ପ୍ରତିବର୍ଷ ୧୫ରୁ ୨୦ହଜାର ପରୀକ୍ଷାର୍ଥୀ ଏଥିରେ ସାମିଲ ହୋଇଥାନ୍ତି । ସେଥିରେ ସେ ପ୍ରଥମ ର‌୍ୟାଙ୍କ ପାଇଥିବାରୁ ଖୁସିବ୍ୟକ୍ତ  କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି ।  ଶ୍ରୀ ଜୈନଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି, ସ୍ୱାସ୍ଥ୍ୟମନ୍ତ୍ରୀ  ଡା. ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିରୋଧୀ ଦଳ ନେତା  ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.