ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ତେଲ ବଜାରରେ ନିଆଁ , ୫% ଦର ବୃଦ୍ଧି

Published By : Krishna Priya | October 2, 2024 8:45 AM

ନୂଆଦିଲ୍ଲୀ ୦୨/୧୦: ଇସ୍ରାଏଲ ଉପରେ ଇରାନର ୪୦୦ ମିଶାଇଲ ମାଡ ପରେ ଏବେ ତେଲ ବଜାରରେ ନିଆଁ । ଅଶୋଧିତ ତେଲ ବଜାରରେ ଆଶଙ୍କା ଯୋଗୁ ଏବେ ଦର ୫% ବୃଦ୍ଧି ହୋଇଛି । ଯୁଦ୍ଧ ଘନେଇ ଥିବାରୁ ଏହା ବିଶ୍ୱର ତୈଳ ବଜାରରୁ କ୍ଷତିଗସ୍ତ କରିବ ବୋଲି ଆଶଙ୍କା କରାଯାଉଛି । ଏବେ ଡବ୍ଲ୍ୟୁଟିଆଇ ବର୍ଗର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୫% ବୃଦ୍ଧି ହେବା ଯୋଗୁ ୭୧ ଡଲାର ଛୁଇଁଛି । ପୂର୍ବରୁ ବ୍ରେଣ୍ଟ ବର୍ଗର ଅଶୋଧିତ ତେଲ ଦର ୨.୭% ହ୍ରାସ ହୋଇଥିବା ବେଳେ ଏହା ଏବେ ବ୍ୟାରେଲ ପିଛା ୭୫ ଡଲାର ଟପିଛି । 

ତୈଳ ଯୋଗାଣକାରୀ ଦେଶ ସମୂହ ଓପିଇସିର ସକ୍ରିୟ ସଦସ୍ୟ ଇରାନ ଏବେ ଯୁଦ୍ଧମୁଖା ହୋଇଥିବାରୁ ଏହା ତେଲ ଯୋଗାଣକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ଏହି ଅଞ୍ଚଳରେ ଇରାନ ଏକ ପ୍ରମୁଖ ତେଲ ଉତ୍ପାଦନକାରୀ ଦେଶ । କାରଣ ଏହି ଏରିଆରୁ ବିଶ୍ୱର ଏକ ତୃତୀୟାଂଶ ତେଲ ଯୋଗାଣ ହୋଇଥାଏ । ରିଥୋଲଜ ୱେଲଥ ମ୍ୟାନେଜମେଣ୍ଟର ମୁଖ୍ୟ ବଜାର ଷ୍ଟ୍ରାଟେଜିଷ୍ଟ କ୍ୟାଲି କକ୍ସ କହିଛନ୍ତି, ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ବଜାରକୁ ପ୍ରଭାବିତ କରି ଢ଼େର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ତେଲ ଦର, ବଣ୍ଡ୍‌ ମୂଲ୍ୟ, ସୁନା ଉଦ୍ଧ୍ୱର୍ଗାମୀ ହେବାକୁ ଥିବା ଥିବା ଷ୍ଟକ ମୂଲ୍ୟ କମିବ । ଯୁଦ୍ଧ ଯୋଗୁ ବଜାର ଉପରେ ପୂର୍ବରୁ ପ୍ରଭାବ ରହିଛି । ମାତ୍ର ବର୍ତ୍ତମାନର ଆକ୍ରମଣ ବଜାର ପାଇଁ ବେଶି ଚିନ୍ତା ବଢ଼ାଇଛି । ସ୍ଥିତି ବିଗିଡିଲେ ଇନ୍ଧନ ଦର ଆହୁରି ବଢ଼ିଯିବ ବୋଲି ଲିନଭେଷ୍ଟ୨୧ ଡଟ୍‌ ଏଆଇର ସିଇଓ ଡେଭିଡ ଲିନ୍‌ କହିଛନ୍ତି । 

ପୁଞ୍ଜି ବଜାର କଥା ବିଚାରକୁ ନେଲେ ଏସ୍‌ଆଣ୍ଡପି ୫୦୦ ଇଣ୍ଡେକ୍ସ ଦିନ ମଧ୍ୟ ୧.୪% ହ୍ରାସ ହୋଇଛି । ଆପଲ, ଏନ୍‌ଭିଡିଆ ଏବଂ ମାଇକ୍ରୋସଫ୍ଟ ଭଳି ଟେକ୍ନୋଲୋଜି କମ୍ପାନି ଗୁଡିକର ଶେୟାର କାରବାର ଖସିଛି । ତେଲ ଦର ବଢ଼ିଲେ ଏହାକୁ ନେଇ ମୁଦ୍ରାସ୍ଫୀତି ତେଜିବ । ଏହା ନିବେଶକଙ୍କ ମନୋଭାବକୁ କ୍ଷତି ପହଞ୍ଚାଇବ ବୋଲି ଇକ୍ୱିଟି ଟ୍ରେଡିଂ ଫ୍ଲାଟଫର୍ମ ଥେମିସ ଟ୍ରେଡିଂର ସହ ମୁଖ୍ୟ ଜୋଶେଫ ସାଲୁକି କହିଛନ୍ତି । ସେହିଭଳି ଏହା ଦ୍ୱାରା ଯୋଗାଣ ଶୃଙ୍ଖଳ ମଧ୍ୟ କ୍ଷତିଗ୍ରସ୍ତ ହେବାର ଢ଼େର ଆଶଙ୍କା ରହିଛି । ଏହି ଘଟଣା ଉପରେ ଏବେ ବଜାରର ନଜର ରହିଥିବା ଆଲପାଇନ ଉଡସ କ୍ୟାପିଟାଲର ମୁଖ୍ୟ ବଜାର ଷ୍ଟ୍ରାଟେଜିଷ୍ଟ ସାରା ହଣ୍ଟ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.