ଭଞ୍ଜନଗର ୧୦/୦୭ : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ରାସ୍ତାରେ ଗୁରୁବାର ଅପରାହ୍ନରେ ଏକ ତେଲ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି। ତେବେ ଟ୍ୟାଙ୍କରରୁ ପେଟ୍ରୋଲ କିଛି ବୋହିବା କାରଣରୁ ସେହି ରାସ୍ତାରେ ବେଶ କିଛି ସମୟ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି।
ତେଲ ଟ୍ୟାଙ୍କର ଓଲଟି ପଡିବା ଶୁଣି ଗାଙ୍ଗପୁର ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପେଟ୍ରୋଲ ବୋଝେଇ ଟ୍ୟାଙ୍କରଟି ବ୍ରହ୍ମପୁରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। । ଆଉ ଏଭଳି ଘଟଣା ପରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି।