ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବୃଦ୍ଧଙ୍କୁ ବିଭତ୍ସ ହତ୍ୟା, ତିନି ଦିନ ପରେ ମୃତଦେହ ଉଦ୍ଧାର

Published By : Prameya | March 7, 2025 12:31 PM

ରିଆମାଳ, ୦୭/୦୩ : ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା। ତିନି ଦିନ ତଳୁ ଘଟିଛି ହତ୍ୟାକାଣ୍ଡ। ଶୁକ୍ରବାର ସକାଳେ ଖବର ପାଇ ମୃତଦେହ ଉଦ୍ଧାର କଲା ପୋଲିସ। ବୃଦ୍ଧଙ୍କ ଆଖି ତାଡ଼ି ଦେଇଛନ୍ତି ଦୁର୍ବୃତ୍ତ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ। ଦେବଗଡ଼ ଜିଲ୍ଲା ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ବଅଁରପାଳ ଗ୍ରାମରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ।

ସୂଚନାନୁଯାୟୀ, ବଅଁରପାଳ ଗ୍ରାମର ମୋହନ ଧରୁଆ(୬୨ ବର୍ଷ)ଙ୍କୁ ବୁଧବାର ଠାରୁ କେହି ଦୁର୍ବୃତ୍ତ ଜଘନ୍ୟ ଭାବେ ହତ୍ୟା କରି ଫିଙ୍ଗି ଦେଇଛନ୍ତି। ଶୁକ୍ରବାର ସକାଳେ ରିଆମାଳ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ବୃଦ୍ଧଙ୍କ ବାମ ଆଖିକୁ ତାଡ଼ି ଦିଆଯାଇଥିବା ଦେଖିବାକୁ ମିଳିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୋହନଙ୍କୁ କିଏ ହତ୍ୟା କଲା ଏବଂ କାହିଁକି ହତ୍ୟା କଲା ସେନେଇ ପୋଲିସ ଖୋଳତାଡ଼ କରୁଛି। 

ଏହି ଖବରଟିକୁ ପଢନ୍ତୁ-ଗନ୍ଧମାର୍ଦ୍ଦନ ଲୋଡିଂ ଆଣ୍ଡ କୋଅପରେଟିଭ୍ ସୋସାଇଟି ଘୋଟାଲା ମାମଲା, ରାଜା ଚକ୍ରଙ୍କ ୨ ସହଯୋଗୀ ଗିରଫ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.