ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାର୍ଶିଆ ଗାଁରେ ଅଘଟଣ, ନିଆଁ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ

Published By : Harapriya Sethi | November 27, 2024 10:55 AM

କରଞ୍ଜିଆ,୨୭/୧୧: ଚୁଲି ନିକଟରେ ଶୋଇଥିବା ବେଳେ କମ୍ବଳରେ ଲାଗିଲା ନିଆଁ । ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତ ବୃଦ୍ଧ ଜଣକ ମୋଟା ପୂର୍ତ୍ତି ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟ ମଝିରେ ଥିବା ବାର୍ଶିଆ ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଶୀତରୁ ରକ୍ଷା ପାଇବା ପାଇଁ ବୃଦ୍ଧ ଜଣକ ମଙ୍ଗଳବାର ରାତିରେ ଚୁଲି ନିକଟରେ ଏକ କମ୍ୱଳ ଘୋଡେଇ ହୋଇ ଶୋଇଥିଲେ । ସେଠାରେ ଶୋଇଥିବା ବେଳେ ତାଙ୍କ କମ୍ୱଳରେ ନିଆଁ ଲାଗି ଯାଇଥିଲା । ଫଳରେ ବୃଦ୍ଧ ଜଣକ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ମୁଖରେ ପଡ଼ିଥିଲେ । ଏହା ଦେଖି ତାଙ୍କ ପରିବାରଲୋକେ ଯଶିପୁର ପୋଲିସକୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୃଦ୍ଧଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.