ବାଲେଶ୍ଵର,୧୬।୧୦ : ଟ୍ରେନ ଆଗରୁ ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ବାଲେଶ୍ଵର ଅଙ୍ଗାରଗଡିଆ ଲେଭେଲ କ୍ରସିଂ ନିକଟରେ ଏହି ଘଟଣା ଘଟିଛି। ମୃତ ବୃଦ୍ଧା ଜଣଙ୍କ ତୁଣ୍ଡରା ଅଞ୍ଚଳର ପଦ୍ମାବତୀ ଦାସ। ଗୁରୁତର ଯୁବକଙ୍କ ଘର ଅରମୋଳା ଅଞ୍ଚଳରେ ।
ତୁଣ୍ଡରା ଅଞ୍ଚଳର ପଦ୍ମାବତୀ ଦାସ ଜଣେ ମାନସିକ ରୋଗୀ । ଅଜାଣତରେ ଟ୍ରେନ ଆଗକୁ ବୃଦ୍ଧା ଜଣକ ଚାଲି ଆସିଥିଲେ। ଏହି ସମୟରେ ଜଣେ ଅରମୋଳା ଅଞ୍ଚଳର ଜଣେ ଯୁବକ ଏହା ଦେଖି ବୃଦ୍ଧାଙ୍କୁ ବଞ୍ଚାଇବାକୁ ଦୌଡି ଯାଇଥିଲେ। ଟ୍ରେନ ଧକ୍କାରେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଯୁବକ ଜଣକ ଗୁରୁତର ହୋଇଥିଲେ। ଗୁରୁତର ଯୁବକଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲ। ସେଠାରୁ କଟକ ସ୍ଥାନାନ୍ତର କରାଯାଇଛି।