ସୁନ୍ଦରଗଡ,୩୧।୩(ଆ.ପ୍ର.) : ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କେନ୍ଦମାଲ ଗ୍ରାମରେ ଘଟିଛି ଏକ ଲୋମ ଟାଙ୍ଗୁରା ହତ୍ୟାକାଣ୍ଡ । ଗୁଣି ଗାରେଡି ସନ୍ଦେହରେ ଘର ଭିତରେ ପଶି ଜଣେ ବୃଦ୍ଧଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ମହାଦେବ ପ୍ରଧାନ (୬୫)। ଯୁବକଙ୍କ ଆକ୍ରମଣରେ ମହାଦେବଙ୍କ ସ୍ତ୍ରୀ ଅମିଲା ପ୍ରଧାନ (୬୩) ମଧ୍ୟ ଗୁରୁତର ହୋଇଛନ୍ତି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦମାଲ ଗ୍ରାମର କୁମୋଦ ବାଗ , ତାଙ୍କ ଭାଇ ପ୍ରମୋଦ ବାଗ, ଲବ କୁଜୁର ଓ ଶିବ ପ୍ରଧାନ ।
ମହାଦେବଙ୍କ ଘର ଲେଫ୍ରିପଡା ଥାନା ଅନ୍ତର୍ଗତ ସର୍ଗିପାଲି ଅଂଚଳରେ । ସାନପତ୍ରାପାଲି ଗ୍ରାମରେ ସେ ବିବାହ କରି ପଡାଗ୍ରାମ କେନ୍ଦାଖୋଲରେ ରହି ଆସୁଥିଲେ । ତାଙ୍କ କେବଳ ଝିଅମାନେ ଥିବାରୁ ବିବାହ ଦେବା ପରେ ପତି ପତ୍ନୀ ଘରେ ରହି ଆସୁଥିଲେ । କିଛି ମାସ ତଳେ ଗ୍ରାମର କୁମୋଦ ବାଗ (୩୭)ଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା । ମହାଦେବଙ୍କ ଗୁଣି ଗାରେଡି ଯୋଗୁଁ ପତ୍ନୀଙ୍କ ମୃତ୍ୟୁ ଘଟିଥିବା କୁମୋଦ ସନ୍ଦେହ କରୁଥିଲେ । ଏପରି ଗୁଣି ଗାରେଡି ଯୋଗୁଁ ଗ୍ରାମର ଅନେକ ଲୋକଙ୍କ ଦେହ ଅସୁସ୍ଥ ରହୁଥିବା ଗ୍ରାମବାସୀ ସନ୍ଦେହ କରି ଆସୁଥିଲେ । ଏଣୁ ତାଙ୍କୁ ଜୀବନରୁ ଶେଷ କରିଦେବାକୁ କୁମୋଦଙ୍କ ସମେତ ୪ ଜଣ ନିଷ୍ପତ୍ତି ନେଇଥିଲେ । ସୋମବାର ସନ୍ଧ୍ୟାରେ କୁମୋଦ ଓ ତାଙ୍କ ଭାଇ ପ୍ରମୋଦ ବାଗ (୩୫)ଙ୍କ ସମେତ ଲବ କୁଜୁର (୨୨) ଓ ଶିବ ପ୍ରଧାନ (୪୦) ତାଙ୍କ ଘରକୁ ପଶି ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ କୁମୋଦଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ପତ୍ନୀଙ୍କୁ ଉଦ୍ଧାର କରା ଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି । ସୁନ୍ଦରଗଡ ସଦର ଏସଡିପିଓ ନିର୍ମଳ ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସେହିପରି ପୁଲିସ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳକୁ ପଂହଚି ହତ୍ୟାକାଣ୍ଡ ସମ୍ପର୍କୀତ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି । ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି