​​​​​​​ରାଇରଙ୍ଗପୁର, ୨୭।୧୦ (ଆପ୍ର) : ବୋହୂର ପରକୀୟା ପ୍ରୀତି ପାଇଁ ଚାଲିଲା ଶଶୁର ଜୀବନ। ବୋହୂ ପ୍ରେମିକ ସହ ମିଶି  ଶଶୁର ବେକରେ ଦଉଡି ବାନ୍ଧି ପିଟି ପିଟି ହତ୍ୟା କରିଛି। ଏଭଳି ଘଟଣା ଘଟିଛି ମୟୂରଭଂଜ ଜିଲ୍ଲାର ବାଦାମପାହାଡ ଥାନା ଅଞ୍ଚଳ ଧାଙ୍ଗିଡି ମୂତା ଗ୍ରାମ ଚାଡିରି ସାହିରେ। ମୃତ ବୃଦ୍ଧ ଜଣକ ହେଲେ ଚାଡ଼ିରି ସାହିର ପୁତ୍କାର ସିଂ

ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଧାଙ୍ଗିଡିମୁତା ଗ୍ରାମ ଚାଡ଼ିରି ସାହିରେ ପୁତ୍କାରଙ୍କ ବୋହୂର ସେହି ଗ୍ରାମର ନିଜ ସମ୍ପର୍କୀୟ ଟୁନୁ ସିଙ୍କୁଙ୍କ ସହ ପରକୀୟା ସମ୍ପର୍କ ରହିଥିଲା। ପୁଅ ଘରେ ନ  ଥିବା ବେଳେ ବୋହୂ ଓ ତାଙ୍କ ପ୍ରେମିକ ଙ୍କୁ ଘରେ ଅସଞ୍ଜତ ଅବସ୍ଥାରେ ଶଶୁର ଦେଖିଥିଲେ । ଏହାକୁ ଶଶୁର ବିରୋଧ କରିଥିଲେ। ଏହାକୁ ନେଇ ବୋହୂ ଓ ପ୍ରେମିକ ମିଶି ଶଶୁର ବେକରେ ଦଉଡି ବାନ୍ଧି ପିଟି ପିଟି ହତ୍ୟା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।