କାମାକ୍ଷାନଗର, ୧୯/୧୦: ଢେଙ୍କାନାଳ ଜିଲ୍ଲା ମଠକରଗୋଳା ଗାଁ ନିକଟ ଅନୁଗୋଳ-ଡୁବୁରୀ ନୂତନ ରେଳପଥରେ ଦୁର୍ଘଟଣା । ଟ୍ରେନ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କର ଜୀବନ । ମୃତ ବୃଦ୍ଧ ଜଣଙ୍କ ହେଲେ କାମାକ୍ଷାନଗର ଥାନା ମଠକରଗୋଳା ଗାଁ ଗୁମାନି ବେହେରା।

ସୂଚନା ମୁତାବକ, ଗୁମାନି ରବିବାର ସକାଳେ ଟ୍ରେନ୍‌ ଲାଇନ ପାର ହେଉଥିଲେ । ଏତିକି ବେଳେ ବେଳେ ଅସାବଧାନତା କାରଣରୁ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲେ। ଟ୍ରେନ ଧକ୍କାରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରି ଦେଇଛି । ସେପଟେ ଗୁମାନିଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।