ହରଭଙ୍ଗା,୦୫/୧୨: ନିଆଁ ପୁଆଁଉଥୁବାବେଳେ ଅଘଟଣ। ନିଆଁରେ ପୋଡ଼ି ହୋଇ ବୃଦ୍ଧ ଗୁରୁତର। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରୁ ଏହି ଘଟଣା ସାମ୍ନାକୁ ଆସିଛି। ତେବେ ବୃଦ୍ଧ ଗୁରୁତର ଜଣକ ଦୂତିକୃଷ୍ନ ମୁଖି ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଆଜି ସକାଳେ ଦୁତି କୃଷ୍ଣ ନିଜ ଘରେ ନିଆଁ ପୁଆଁଉଥିଲେ। ଅସାବଧାନତା ବଶତଃ ତାଙ୍କ ଦେହରେ ନିଆଁ ଲାଗିଯିବାରୁ ସେ ନିଆଁରେ ପୋଡି ଗୁରୁତର ହୋଇଥିଲେ। ତାଙ୍କୁ ହରଭଙ୍ଗା ଅଗ୍ନିଶମ ବାହିନୀ ଉଦ୍ଧାର କରି ପ୍ରଥମେ ପୁରୁଣା କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୌଦ୍ଧ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଦୂତିକୃଷ୍ନ ମୁଖିଙ୍କ ଶରୀରର ୫୦ ଭାଗ ପୋଡ଼ି ଯାଇଥିବା ସୂଚନା ମିଳିଛି। ତାଙ୍କ ନିଜ ଘର କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଟୁଡୁବାଲି ଗ୍ରାମ ହୋଇଥିବା ବେଳେ ସେ ଚାରିଛକରେ ଏକାକୀ ଦୀର୍ଘ ଦିନ ହେଲା ରହି ଆସୁଥିଲେ।