ସାହାଜପାଲ , ୨୧।୧୨ : ବୟସ ୮୧। ମିଳୁନି ବର୍ଦ୍ଧିତ ଭତ୍ତା। ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମରେ। ଏହି ଗ୍ରାମର ପାନବୁଡି ଭୋକ୍ତା ବୟସ ୮୧ ରୁ ଊର୍ଦ୍ଧ ହୋଇଥିଲେ ମଧ୍ୟ ୩୫୦୦ ଟଙ୍କା ବଦଳରେ ଆଜିବି ସେ ୧୦୦୦ ଟଙ୍କା ପାଉଛନ୍ତି। ବୃଦ୍ଧା ବୟସରେ ୩୫୦୦ ଟଙ୍କା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗଲେଣି ହେଲେ କେହି ତାଙ୍କ କଥା ଶୁଣୁ ନାହାନ୍ତି। ଏ ଦିଗରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବ୍ଲକ କାର୍ଯ୍ୟାଳୟ କୁ କାଗଜ ପତ୍ର ପଠାଉଛନ୍ତି ହେଲେ ବ୍ଲକ କାର୍ଯ୍ୟାଳୟରେ ଉପରକୁ ପଠାଇଥିବା କହୁଛନ୍ତି। ତୁରନ୍ତ ଏଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।