ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଋଷିକୁଲ୍ୟା ମୁହାଁଣରେ ବିରଳ ଅଲିଭ ରିଡଲେଙ୍କ ମିଳନ ପର୍ବ ଆରମ୍ଭ, ବନ ବିଭାଗର କଡା ସୁରକ୍ଷା ବ୍ୟବସ୍ଥା

Published By : Krishna Priya | January 14, 2025 11:53 AM

ଛତ୍ରପୁର ୧୪/୦୧: ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ  ଅଞ୍ଚଳ ସମୁଦ୍ରରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡେଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି l ସମୁଦ୍ରରେ ଯୋଡ଼ା ଯୋଡ଼ା ହୋଇ ଭାଷମାନ ଅବସ୍ଥାରେ କଇଁଛ ମାନଙ୍କୁ ଦେଖିବାକୁ ମିଳୁଛି । ପାଗର ଅନୁକୂଳ ଅବସ୍ଥା ଆସିଲେ ଅର୍ଥାତ୍‌ ଦକ୍ଷିଣା ପବନ ବହିଲେ କଇଁଛଙ୍କ ଅଣ୍ଡା ଦାନ ପର୍ବ ପ୍ରକ୍ରିୟା ଆରମ୍ଭ ହେବା ନେଇ ବିଶେଷଜ୍ଞ ମାନେ ମତ ଦେଇଛନ୍ତି l ବର୍ତ୍ତମାନ ଏହି ମିଳନ ପ୍ରକ୍ରିୟାକୁ ନେଇ ବନ ବିଭାଗ, ପରିବେଶବିତଙ୍କ ମଧ୍ୟରେ ଅଧିକ ଉତ୍ସlହ ପ୍ରକାଶ ପାଇଛି । ବନ ବିଭାଗ ପକ୍ଷରୁ ଋଷିକୂଲ୍ୟା ମୁହାଣ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ତଦାରଖ କରୁଛନ୍ତି । 

ମିଳିଥିବା ସୂଚନା ଅନୁସାରେ, କୂଳ ଠାରୁ ପ୍ରାୟ ପାଞ୍ଚରୁ ସାତ କିଲୋମିଟର ଦୂରରେ ଡିସେମ୍ବରରୁ ଜାନୁଆରୀ ଶେଷ  ବେଳକୁ ବହୁ ସଂଖ୍ୟାରେ ସାମୁଦ୍ରିକ କଇଁଛଙ୍କ ମିଳନ ପ୍ରକ୍ରିୟା ସମୁଦ୍ର ମଧ୍ୟରେ ଦେଖିବାକୁ ମିଳିଥାଏ । ରିପୋର୍ଟ ଅନୁଯାୟୀ, ୨୦୨୨ ରେ ୫ଲକ୍ଷ, ୨୦୨୩ ରେ ୬ ଲକ୍ଷ ୩୭ ହଜାର କଇଁଛ ଅଣ୍ଡା ଦେଇଥିଲେ । କିନ୍ତୁ ୨୦୨୪ ରେ କୌଣସି କାରଣରୁ କଇଁଛ ଅଣ୍ଡା ଦେବାକୁ ଆସିନଥିଲେ। ତେବେ ୨୦୨୫ ରେ କଇଁଛମାନେ ବହୁ ମାତ୍ରରେ ଅଣ୍ଡା ଦେବେ ବୋଲି ସମସ୍ତେ ଆଶାବାଦୀ ରହିଛନ୍ତି ।  

ତେବେ ଏହି ବିରଳ ଅଲିଭ ରିଡଲେ ବାହାର ଦେଶରୁ ଆସିଥାନ୍ତି, ଏଠାକାର ପରିବେଶ ସେମାନଙ୍କୁ ସୁହାଇ ଥାଏ । ସେମାନଙ୍କ ସୁରକ୍ଷିତ ଆଗମନ ସହ ପ୍ରଜ୍ଜଜନ ଓ ଗଣ ଅଣ୍ଡାଦାନ ପାଇଁ  ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ଏକ ସୁରକ୍ଷିତ ସ୍ଥାନ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଏନେଇ   ଚଳିତ ମାସ ୧ ତାରିଖରୁ  ମେ ୩୧ ପ୍ରର୍ଯ୍ୟନ୍ତ, ଏହି ୭ମାସ ଗଞ୍ଜମ ଋଷିକୁଲ୍ୟା ଉପକୂଳ ସମୁଦ୍ରରେ ମତ୍ସ୍ୟଜୀବିମାନଙ୍କୁ ମାଛ ଧରିବାକୁ ବାରଣ କରାଯାଇଛି । ଗଞ୍ଜାମ ଋଷିକୁଲ୍ୟା ମୁହଣା ସମୁଦ୍ର ନିକଟ ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗି ପ୍ରର୍ଯ୍ୟନ୍ତ ଏହି ୨୦ କିମିକୁ ନୋ ଫିସିଂ ଜୋନ ଭାବେ ଘୋଷଣା କରାଯାଇଥାଏ । ଏହି ସମୟରେ ଅଲିଭ ରିଡେଲ ସାମୁଦ୍ରିକ କଇଁଛଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.