ନୂଆଦିଲ୍ଲୀ,୨୦/୧୦ : ଜମ୍ମୁ –କଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲା ରବିବାର କଶ୍ମୀର ମାରାଥନକୁ ପତକା ଦେଖାଇ ଉଦଘାଟନ କରିଛନ୍ତି । ଯେଉଁଥିରେ ୧୩ଦେଶର ୨,୦୦୦ରୁ ଅଧିକ ଆଥଲେଟ ଭାଗ ନେଇଥିଲେ । ଏହା ଘାଟିରେ ଆୟୋଜିତ ପ୍ରଥମ ଅନ୍ତରାଷ୍ଟ୍ରୀୟ ଆଥଲେଟିକ କାର୍ଯ୍ୟକ୍ରମ ଥିଲା ।
୫୪ବର୍ଷୀୟ ଉମର ପରେ ମାରାଥନରେ ଭାଗ ନେଇଥିଲେ ଏବଂ ଦୁଇ ଘଣ୍ଟା ଭିତରେ ହାଫ- ମାରାଥନ(୨୧କିଲୋମିଟର) ପୂରା କରିଛନ୍ତି । ବଲିଉଡ଼ ଅଭିନେତା ସୁନୀଲ ଶେଟ୍ଟୀ ବି ପତାକା ଦେଖାଇ ସମାରୋହରେ ଅବ୍ଦୁଲ୍ଲାଙ୍କ ସହ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଅବ୍ଦୁଲ୍ଲା ଟ୍ବିଟ୍ କରିଛନ୍ତି କି ସେ ବିନା କୌଣସି ପ୍ରଶିକ୍ଷଣ କିମ୍ବା ଯୋଜନାରେ ଦୌଡ଼ରେ ଭାଗ ନେଇଥିଲେ ଏବଂ ୫.୫୪ମିନିଟ ପ୍ରତି କିଲୋମିଟର ଗତିରେ ହାଫ- ମାରାଥନ ପୂରା କରିଛନ୍ତି ।
ଉମର ଅବ୍ଦୁଲ୍ଲା କହିଛନ୍ତି କି, ମୁଁ ନିଜ ଜୀବନରେ କେବେ ବି ୧୩କିଲୋମିଟରରୁ ଅଧିକ ଦୌଡ଼ି ନାହିଁ ଏବଂ ତାହା ବି କେବଳ ଗୋଟିଏ ଥର । ଆଜି ମୁଁ ମୋ ଭଳି ଅନ୍ୟ ଧାବକମାନଙ୍କ ଉତ୍ସାହରେ ପ୍ରେରଣା ପାଇ ଆଗକୁ ବଢୁଛି । କୌଣସି ଉଚିତ ପ୍ରଶିକ୍ଷଣ ନୁହେଁ, କୌଣସି ଦୌଡ଼ିବାର ଯୋଜନା ନାହିଁ । ରାସ୍ତାରେ ଏକ କଦଳୀ ଏବଂ ଗୋଟିଏ ଖଜୁରୀ ଖାଇଛି । ସବୁଠାରୁ ଭଲ କଥା ଏହା କି ମୁଁ ନିଜ ଘର ପାଖରେ ଦୌଡ଼ୁ ଥିଲି ସେତେବେଳେ ପରିବାର ଏବଂ ଅନ୍ୟ ଲୋକେ ମୋତେ ଉତ୍ସାହିତ କରୁଥିଲେ ।