ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

Pahalgam Attack: ଓମର ଆବଦୁଲ୍ଲାଙ୍କ ତୀବ୍ର ପ୍ରତିକ୍ରିୟା; ପାକିସ୍ତାନର ତଦନ୍ତ ପ୍ରସ୍ତାବକୁ କଲେ ପ୍ରତ୍ୟାଖ୍ୟାନ

Published By : Bijay Swain | April 26, 2025 5:53 PM

Image Courtesy: indiatoday

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମର ଆବଦୁଲ୍ଲା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ପହଲଗାମ ଆତଙ୍କବାଦୀ ଆକ୍ରମଣରେ "ନିରପେକ୍ଷ ଓ ସ୍ୱଚ୍ଛ" ତଦନ୍ତ ପ୍ରସ୍ତାବକୁ କଡା ସମାଲୋଚନା କରିଛନ୍ତି। ଗତ ମଙ୍ଗଳବାର ପହଲଗାମର ବୈସାରଣ ଉପତ୍ୟକାରେ ଲସ୍କର-ଏ-ତୋଇବାର ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଯାହାକୁ ଭାରତ ପାକିସ୍ତାନ ସମର୍ଥିତ ବୋଲି ଅଭିଯୋଗ କରିଛି। ହେଲେ ପାକିସ୍ତାନ ଏହାକୁ ଖଣ୍ଡନ କରିବା ସହ ଭାରତ ଉପରେ ଓଲଟା ଦୋଷ ଲଦିବା ଆରମ୍ଭ କରିଛି। 

ଏନେଇ ଓମର ଆବଦୁଲ୍ଲା କହିଛନ୍ତି ଯେ, "ପାକିସ୍ତାନ ପ୍ରଥମେ ଏହି ଘଟଣାକୁ ଅସ୍ୱୀକାର କରିବା ସହ ଭାରତ ଉପରେ ନାଟକ କରୁଥିବା ଅଭିଯୋଗ ଲଗାଇଥିଲା। ଯେଉଁ ଦେଶ ଆମ ବିରୁଦ୍ଧରେ ଏପରି ଅଭିଯୋଗ କରିଥିଲା, ତାଙ୍କ ବୟାନକୁ ଗୁରୁତ୍ୱ ଦେବା ଆମ ପାଇଁ କଷ୍ଟକର। ମୁଁ ତାଙ୍କ କଥାକୁ ଅଧିକ ଗୁରୁତ୍ୱ ଦେବାକୁ ଚାହୁଁନାହିଁ।" ଘଟଣା ମୁତାବକ, ଶନିବାର ଶେହବାଜ ଶରିଫ ଏହି ଆକ୍ରଣଣକୁ ନେଇ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଏକ ଦାୟିତ୍ୱଶୀଳ ଦେଶ ଭାବେ ଏହି ଘଟଣାର ନିରପେକ୍ଷ ତଦନ୍ତରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ। କିନ୍ତୁ ଆବଦୁଲ୍ଲା ଏହାକୁ ପାକିସ୍ତାନର ଦ୍ୱିମୁଖୀ ନୀତି ବୋଲି କହି କଟାକ୍ଷ କରିଛନ୍ତି।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଓ ବିଲାୱଲ ଭୁଟ୍ଟୋ ପ୍ରଥମେ ଏହି ଆତଙ୍କୀ ଆକ୍ରମଣକୁ ଭାରତର ବିଫଳତା ଓ ଏହା ଫଛରେ ଭାରତର ନିଜର ହାତ ରହିଛି ବୋଲି ଅଭିଯୋଗ କରିଥିଲେ। ଏହାପରେ ଶରିଫଙ୍କ ତଦନ୍ତ ପ୍ରସ୍ତାବ ଭାରତୀୟ ନେତାଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ଭାରତ ଏହି ଆକ୍ରମଣ ପରେ ପାକିସ୍ତାନ ସହ କୂଟନୈତିକ ସମ୍ପର୍କ ହ୍ରାସ କରିଛି। ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ କରିଛି ଓ ୱାଘା-ଅଟାରୀ ସୀମାନ୍ତ ବନ୍ଦ କରିଦେଇଛି।

ଏହି ଘଟଣା କାଶ୍ମୀରରେ ପର୍ଯ୍ୟଟନ ଶିଳ୍ପ ଉପରେ ଗଭୀର ପ୍ରଭାବ ପକାଇଛି। ବହୁ ପର୍ଯ୍ୟଟକ କାଶ୍ମୀର ଛାଡ଼ି ଚାଲିଯାଇଛନ୍ତି। ଏହାସହ ପୂର୍ବରୁ ଥିବା ହଜାର ହଜାର ବୁକିଂ ମଧ୍ୟ ବାତିଲ ହେଉଛି। ଓମର ଆବଦୁଲ୍ଲା ଏହି ଆକ୍ରମଣକୁ "ହୃଦୟବିଦାରକ" ବୋଲି ବର୍ଣ୍ଣନା କରିବା ସହ ଅନ୍ୟ ରାଜ୍ୟ ସରକାରଙ୍କୁ କାଶ୍ମୀରୀ ଛାତ୍ର ଓ ବାସିନ୍ଦାଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ “କାଶ୍ମୀର ବୁଲିବାକୁ ଚାହୁଁଥିବା ସମସ୍ତ ପର୍ଯ୍ୟଟକଙ୍କ ମନରେ ଥିବା ଭୟକୁ ମୁଁ ବୁଝି ପାରୁଛି। କିନ୍ତୁ ମୁଁ ସେମାନଙ୍କୁ କହି ରଖିବାକୁ ଚାହୁଁଛି ଯେ ଆପଣମାନଙ୍କ ଏହି ପଦକ୍ଷେପ ଆମର ଶତ୍ରୁଙ୍କୁ ଜିତେଇବାରେ ସହଯୋଗ କରୁଛି। ସେମାନେ କେବଳ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ। କାରଣ ସେମାନେ ଚାହୁଁ ଥିଲେ ପର୍ଯ୍ୟଟକମାନେ କାଶ୍ମୀର ଛାଡି ଦିଅନ୍ତୁ”।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆକ୍ରମଣରେ ସାମିଲ ଥିବା ଦୋଷୀମାନଙ୍କୁ "ପୃଥିବୀର ଯେକୌଣସି ପ୍ରାନ୍ତରେ ଖୋଜି ଦଣ୍ଡ ଦେବା"ର ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ, ପାକିସ୍ତାନ ଭାରତର ଏହି ପଦକ୍ଷେପକୁ "ଯୁଦ୍ଧମୁଖୀ" ବୋଲି ଅଭିହିତ କରି କୂଟନୈତିକ ଓ ବାଣିଜ୍ୟିକ ପ୍ରତିବାଦ ଜଣାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.