ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

କ୍ରୋଧ କମାଉଛି ଓମେଗା-୩, ସ୍ୱାଭାବିକ ଠାରୁ ସାମାନ୍ୟ ଅଧିକ ମାଛ ଖାଇବାକୁ ବିଶେଷଜ୍ଞଙ୍କ ଉପଦେଶ

Published By : Harapriya Sethi | October 25, 2024 9:51 AM

ଭୁବନେଶ୍ୱର,୨୪/୧୦: ଏକ ଖାଦ୍ୟ ପରିପୂରକ ଭାବେ ବ୍ୟବହୃତ ତଥା ମାଛ ତେଲରେ ରହିଥାଏ ଓମେଗା-୩ । ଏହି ଓମେଗା-୩ ଆମର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଠିକ୍ ରଖିବା ସହ ଆମର ଆକ୍ରମଣାତ୍ମକ ମନୋଭାବ କମାଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। ପୂର୍ବରୁ ସିଜୋଫ୍ରେନିଆ ରୋଗର ପ୍ରତିରୋଧକ ଭାବେ ଏହି ଓମେଗା-୩କୁ ବିବେଚନା କରାଯାଉଥିଲା। ଏହି ଅବସରରେ କୌଣସି ପୋଷକତତ୍ତ୍ବର ଅଭାବକୁ ପୀଡ଼ିତର ଆକ୍ରମଣାତ୍ମକ ମନୋଭାବ ଓ ଅସାମାଜିକ ବ୍ୟବହାର ପାଇଁ ଦାୟୀ କରାଯାଉଥିଲା। ଆମେ ଯାହା ଖାଦ୍ୟ ଭାବେ ଗ୍ରହଣ କରୁଛୁ, ତାହା ଆମର ମସ୍ତିଷ୍କ ରସାୟନକୁ ପ୍ରଭାବିତ କରିଥାଏ ବୋଲି ସ୍ପଷ୍ଟ ହୋଇଥିଲା। ତେବେ ପେନ୍ସିଲଭାନିଆ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଅନୁଯାୟୀ, ଏହି ଓମେଗା-୩ ମଧ୍ୟ ଆକ୍ରମଣାତ୍ମକ କାର୍ଯ୍ୟକଳାପକୁ ପ୍ରଭାବିତ କରୁଛି। ୧୯୯୬ ମସିହାରୁ ୨୦୨୪ ମଧ୍ୟରେ ଏକ ଦୀର୍ଘ ଅନୁଧ୍ୟାନରେ ୩,୯୧୮ଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରି ପ୍ରାୟ ୨୯ ପ୍ରକାର ନିୟନ୍ତ୍ରିତ ପରୀକ୍ଷା ନିରୀକ୍ଷା ଚଳାଇ ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ।

ବୟସ-ଲିଙ୍ଗ ନିର୍ବିଶେଷରେ ୧୬ ସପ୍ତାହର ଓମେଗା-୩ ପ୍ରୟୋଗ ଦ୍ବାରା ପ୍ରାୟ ୨୮ ପ୍ରତିଶତ ଆକ୍ରମଣାତ୍ମକ ମନୋଭାବ କମିପାରୁଛି ବୋଲି ଜାଣିବାକୁ ମିଳିଛି। ପେନ୍ସିଲଭାନିଆ ଗବେଷକମାନଙ୍କ ଏହି ନୂତନ ସିଦ୍ଧାନ୍ତ ଏକ ସକାରାତ୍ମକ ପରିଣାମ ଆଣିପାରିବାର ଆଶା ସଂଚାର କରିଛି। ବିଶେଷ କରି ଏପରି ଆକ୍ରମଣାତ୍ମକ ବ୍ୟବହାର ପ୍ରଦର୍ଶନ ଦେଖାଉଥିବା ଶିଶୁଙ୍କୁ ସପ୍ତାହକୁ ସ୍ବାଭାବିକଠାରୁ ଟିକେ ଅଧିକ ପରିମାଣର ମାଛ ଖାଇବାକୁ ଦେଇ ତାହାକୁ ନିୟନ୍ତ୍ରଣ କରିହେବ ବୋଲି ସେମାନେ ଆଶା କରୁଛନ୍ତି। ସେହିପରି ଶରୀରରେ ଏହି ଓମେଗା-୩ର ସନ୍ତୁଳନ ହିଁ ସମାଜରେ ହିଂସାତ୍ମକ କାର୍ଯ୍ୟକଳାପ ରୋକିବାରେ ଅନ୍ୟତମ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.