ଭୁବନେଶ୍ୱର, ୨୯/୧୦:  ଦୀପାବଳି ପାଇଁ ଭୁବନେଶ୍ୱରରେ  ଓମ୍‌ଫେଡ୍‌ ପକ୍ଷରୁ ଖୋଲୁଛି  ସ୍ୱତନ୍ତ୍ର ମିଷ୍ଟାନ୍ନ ଭଣ୍ଡାର । ଜନପଥର ୟୁନିଟ୍‌-୯ ଅନ୍ତର୍ଗତ କେନ୍ଦ୍ରୀୟ  ବିଦ୍ୟାଳୟ-୧ ସମ୍ମୁଖରେ ଥିବା  ଭେଣ୍ଡିଂ ଜୋନ୍‌ରେ ଏହି ମିଠା ଦୋକାନ  ଖୋଲିଛି । ଦୀପାବଳି ଅବସରରେ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ  ଓମ୍‌ଫେଡର ମିଠା ଯଥା-ଛେନାପୋଡ,  ରାବିଡି, ମିଠା ଦହି, ଘିଅ, ପନିର,  ଆଇସ୍‌କ୍ରିମ୍‌ ଆଦି ଯୋଗାଇ ଦେବାକୁ  ଏହି ପ୍ରୟାସ କରାଯାଇଛି । 

ଲୋକମାନେ  ଯେପରି ଉତ୍ତମ, ସ୍ୱାଦିଷ୍ଟ ଏବଂ  ସ୍ୱାସ୍ଥ୍ୟକର ଖାଦ୍ୟ ସୁଲଭ ମୂଲ୍ୟରେ  ପାଇପାରିବେ, ସେଥିପାଇଁ ଓମ୍‌ଫେଡ  ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି  ବୋଲି କହିଛନ୍ତି ପରିଚାଳନା ନିର୍ଦ୍ଦେଶକ  ବିଜୟ ଅମୃତା କୁଲାଙ୍ଗେ । କେବଳ ସେତିକି ନୁହେଁ, ହଜାର ହଜାର ଦୁଗ୍ଧ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଦୁଗ୍‌ଧଜାତ  ଦ୍ରବ୍ୟର ଚାହିଦା ଦିନକୁ ଦିନ ବୃଦ୍ଧି  ପାଇବାରେ ଲାଗିଛି । ଏପରିକି  ଓମ୍‌ଫେଡ ଘିଅ ଏବେ ଜଗନ୍ନାଥଙ୍କ ନିକଟରେ ଲାଗି ହେଉଥିବାରୁ ଏହାର  ଶ୍ରେୟ ଚାଷୀଙ୍କ ନିକଟକୁଯାଉଛି । ଗୋସେବା ସହ ଜଗନ୍ନାଥଙ୍କ ସେବାରେ  ନିଜକୁ ନିୟୋଜିତ କରିଥିବାରୁ  ସେମାନଙ୍କ ମନରେ ବେଶ ଉତ୍ସାହ  ଓ ଉଦ୍ଧିପନା ସୃଷ୍ଟି ହୋଇଛି  ।