ନୂଆଦିଲ୍ଲୀ,୭।୪: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଦେଇଛନ୍ତି କଡ଼ା ଜବାବ୍। ଏହାର କାରଣ ପାକିସ୍ତାନ ପକ୍ଷରୁ ଗତ କିଛି ଦିନ ଧରି ଦିଆଯାଉଥିବା ଫମ୍ପା ଧମକ। ନିକଟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଭାରତ ବିରୋଧରେ ବିଷ ଓଗାଳିଥିଲେ। ସେ କହିଥିଲେ, କୋଲକାତା ପର୍ଯ୍ୟନ୍ତ ପଶିକି ଆକ୍ରମଣ କରିବୁ। ଏହାପରେ ଏବେ ରାଜନାଥ ପାକିସ୍ତାନକୁ ତା’ର ଔକାତ ଦେଖାଇଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ପାକିସ୍ତାନକୁ ୫୫ ବର୍ଷ ପୂର୍ବର ଘଟଣା ଭୁଲିବା ଉଚିତ ନୁହେଁ। ଯେତେବେଳେ ସେ ପଶ୍ଚିମବଙ୍ଗ ଉପରେ ଆଖି ଉଠାଇ ଦେଖିବାର ଭୁଲ କରିଥିଲା। ଶେଷରେ ନିଜେ ଦୁଇଖଣ୍ଡ ହୋଇଯାଇଥିଲା। ଏଥର ପାକିସ୍ତାନ ଏଭଳି କୌଣସି ଭୁଲ କଲେ ପରିଣାମ ଆହୁରି ଖରାପ ହେବ।
#WATCH | Barrackpore, West Bengal | "Pakistan's Defence Minister should not have given such a provocative statement. 55 years ago, they suffered the consequences when Pakistan was divided into two parts. If they try to cast an eye on Bengal, only God knows how many parts Pakistan… pic.twitter.com/VJU8fyXB3c
— ANI (@ANI) April 7, 2026
ମଙ୍ଗଳବାର ପଶ୍ଚିମବଙ୍ଗରେ ଏକ ଜନସଭାକୁ ସମ୍ବୋଧନ କରିବା ବେଳେ ରାଜନାଥଙ୍କୁ ଖ୍ବାଜା ଆସିଫଙ୍କ ବୟାନ ବିଷୟରେ ପ୍ରଶ୍ନ ପଚରାଯାଇଥିଲା। ସେ କହିଥିଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏଭଳି ବୟାନ ଦେବା ଉଚିତ ନଥିଲା। ୧୯୭୧ ଯୁଦ୍ଧରେ ଭୋଗିଥିବା ପରିଣାମକୁ ସେ ଭୁଲିଯିବା ଉଚିତ ନୁହେଁ। ସେଥିପାଇଁ ପାକିସ୍ତାନ ଦୁଇ ଖଣ୍ଡ ହୋଇଯାଇଥିଲା। ଏଥର ଏଭଳି ଭୁଲ ହେଲେ ତା’ର ପରିଣାମ କ’ଣ ହେବ ତାହା ଭବିଷ୍ୟତ ହିଁ କହିବ।’
ରାଜନାଥ ଏହି ସମୟରେ ପାକିସ୍ତାନକୁ କଡା ଚେତାବନୀ ଦେଇଥିଲେ। ସେ କହିଥିଲେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏଭଳି ଉତ୍ତେଜନାମୂଳକ ଭାଷଣ ଦେବା ଉଚିତ ନୁହେଁ। କାରଣ ଥରେ ଏହାର ପରିଣାମ ଭୋଗିସାରିଛି। ଏବେ ଯଦି ଆଖି ପକାଏ ତେବେ ପାକିସ୍ତାନ କେତେ ଖଣ୍ଡ ହେବ ତାହା ଭଗବାନ ହିଁ ଜାଣନ୍ତି।’
ଆହୁରି ପଢନ୍ତୁ : ଆରଏସ୍ଏସ୍ ମୁଖ୍ୟାଳୟ ନିକଟରୁ ମିଳିଲା ପ୍ରଚୁର ପରିମାଣର ବିସ୍ଫୋରକ, ସମଗ୍ର ଅଞ୍ଚଳକୁ ସିଲ୍ କଲା ପୋଲିସ