ଭୁବନେଶ୍ବର ୨।୪: ସ୍ପେଶାଲ କ୍ରାଇମ୍ ୟୁନିଟ୍ ପଞ୍ଝାରେ ବନ୍ଧୁକ ବେପାରୀ । ବେଆଇନ ବନ୍ଧୁକ କାରବାର ଅଭିଯୋଗରେ ସୁନ୍ଦରପଦା ତଳସାହିର ଅମରେଶ ରାଉତ ଓରଫ କାହ୍ନାକୁ ଗିରଫ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । କାହ୍ନା ନିକଟରୁ ଦୁଇଟି ସେମି ଅଟୋମେଟିକ ପିସ୍ତଲ ଜବତ ହୋଇଛି । ଏଥିସହିତ ୧୦ ରାଉଣ୍ଡ ଅଫୁଟା ଗୁଳି, ୨ଟି ମାଗାଜିନ୍ ଜବତ ହୋଇଛି । ଏହାସହ କାରବାରରେ ବ୍ୟବହୃତ ବାଇକ୍ ମଧ୍ୟ ଜବତ ହୋଇଛି । ଏ ନେଇ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଏସିପି ମାନସ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ବନ୍ଧୁକ କାରବାର ପଛରେ ଆନ୍ତଃରାଜ୍ୟ ସିଣ୍ଡିକେଟ୍ ଥିବା ସନ୍ଦେହ ପୁଲିସ ସନ୍ଦେହ କରୁଛି।

ତେବେ ଅମରେଶ ରାଉତ ବହୁଚର୍ଚ୍ଚିତ ଝରାଫୁଲ ହତ୍ୟା ମାମଲାରେ ସଂପୃକ୍ତ ଥିବା ସୂଚନା । ସେ ପୂର୍ବରୁ କୁଆଖିଆ ପୁଲିସ ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଥିଲା । ଜାମିନରେ ଆସି ପୁଣି ଚଳାଇଥିଲା ବନ୍ଧୁକ କାରବାର । ଏହି ବନ୍ଧୁକ କାରବାର ପଛରେ ଆନ୍ତଃରାଜ୍ୟ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ତେବେ ଏହି କାରବାରର ଚେର କେଉଁଆଡ଼େ ଲମ୍ବିଛି ସେ ନେଇ ଅଧିକ ଖୋଳତାଡ଼ ଚାଲିଛି । ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବ୍ ଘ୍ର ଠାବ କରାଯିବ ବୋଲି ପୁଲିସ କହିଛି ।