ସମ୍ବଲପୁର, ୧୮।୮(ବ୍ୟୁରୋ): ସମ୍ବଲପୁର ଜିଲ୍ଲାରେ ଚାଞ୍ଚଲ୍ୟ। ଯୁଯୁମୁରା ଥାନା ଅଞ୍ଚଳରେ ଘଟିଛି ପୁଣି ଏକ ଅଭାବନୀୟ ଘଟଣା। ରବିବାର ସନ୍ଧ୍ୟାରେ ଶୌଚ ହେବାକୁ ଯାଇବେଳେ ଗଣବଳାତ୍କାରର ଶିକାର ହୋଇଛନ୍ତି ଜଣେ ନାବାଳିକା। ଏନେଇ ଏତଲା ଦିଆଯିବା ପରେ ୩ ଜଣ ପୁଲିସ ହାତରେ ଧରାପଡିଛନ୍ତି।  ଏମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି।  ଗିରଫ ଅଭିଯୁକ୍ତ ଜଣକ  ହେଲେ ସୁଶାନ୍ତ ମିର୍ଦ୍ଧା(୨୧)। ଘଟଣାରେ ସଂପୃକ୍ତ ଆଉ ୨ ଅଭିଯୁକ୍ତ ଫେରାର ଅଛନ୍ତି। 

ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ଏନେଇ କହିଛନ୍ତି, ରବିବାର ସନ୍ଧ୍ୟା ପାଖାପାଖି ସାଢେ ୬ରୁ ୭ଟା ମଧ୍ୟରେ ଏହି ଘଟଣା ଘଟିଛି। ଯୁଯୁମୁରା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକା ଶୌଚ ହେବାକୁ ଯିବା ସମୟରେ ଗଣବଳାତ୍କାର ଶିକାର ହୋଇଥିଲେ। ନିଛାଟିଆ ସୁଯୋଗ ଦେଖ୍ ସେହି ଗାଁର ୩ ଜଣଙ୍କ ସହ ଡୁଡ଼କାପାଲି ଗାଁର ୨ ଜଣ ମିଶି ଗଣବଳାତ୍କାର କରିଥିଲେ। ରବିବାର ରାତିରେ ଥାନାରେ ପରିବାର ଲୋକ  ଅଭିଯୋଗ କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାକୁ ଗୁରୁତ୍ବର ସହିତ ଜିଲ୍ଲା ପୋଲିସ ଗ୍ରହଣ କରିବା ସହ ବହୁତ ଶୀଘ୍ର ଚାର୍ଜ ସିଟ ଦାଖଲ କରା‌ଯିବ ବୋଲି ଏସପି ସୂଚନା ଦେଇଛନ୍ତି।