ପ୍ରମୂଖ ଖବର
  • ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ
  • ||
  • ନୂଆପଡା : ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
  • ||
  • ପ୍ରଳୟଙ୍କରୀ ବନ୍ୟାରେ ଅସ୍ତବ୍ୟସ୍ତ ପାକିସ୍ତାନ, ୪୮ ଦିନରେ ଗଲାଣି ୬୫୦ ଜୀବନ
  • ||
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ତିନୋଟି ଫର୍ମାଟରେ ରହିବେ ଜଣେ କ୍ୟାପ୍ଟେନ୍‌, ଯୋଜନା ପ୍ରସ୍ତୁତ କରୁଛନ୍ତି ମୁଖ୍ୟ କୋଚ୍‌ ଗମ୍ଭୀର !

Published By : Tapas Panda | August 17, 2025 6:10 PM

Image courtesy: insidesport

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଦକ୍ଷତାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି । ବିଶେଷ କରି  ଟେଷ୍ଟ ଫର୍ମାଟରେ ତାଙ୍କ ଅଧୀନରେ ଭାରତୀୟ ଦଳର ପ୍ରଦର୍ଶନ ମିଶ୍ରିତ ରହିଛି । ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଡ୍ର କରିବା ପରେ, ଗୌତମ ଗମ୍ଭୀର ଆତ୍ମବିଶ୍ୱାସ ବଢ଼ିଛି । ଗମ୍ଭୀର ୨୦୨୭ ODI ବିଶ୍ୱକପ୍ ପର୍ଯ୍ୟନ୍ତ ଭାରତୀୟ ପ୍ରଶିକ୍ଷକ ରହିବେ । ଏବେ ମୁଖ୍ୟ ପ୍ରଶିକ୍ଷକ ଭାବରେ ସେ କିଛି କଠୋର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ୨ ବର୍ଷ ମଧ୍ୟରେ ଆସୁଥିବା ବଡ଼ ଟୁର୍ଣ୍ଣାମେଣ୍ଟ ବିଷୟରେ କହିବାକୁ ଗଲେ, ପ୍ରଥମେ ଏସିଆ କପ୍ ୨୦୨୫ ର ଚ୍ୟାଲେଞ୍ଜ ରହିବ। ଏହା ପରେ ୨୦୨୬ ଟି-୨୦ ବିଶ୍ୱକପ୍ । 

ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆକୁ ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲରେ ଏକ ଭଲ ସ୍ଥାନ ବଜାୟ ରଖିବାକୁ ପଡିବ। ଏହା ପରେ, ଗମ୍ଭୀରଙ୍କୁ ୨୦୨୭ ODI ବିଶ୍ୱକପ୍ ପାଇଁ ମଧ୍ୟ ବଡ଼ ନିଷ୍ପତ୍ତି ନେବାକୁ ପଡିବ । ବିଶେଷକରି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଗୌତମ ଗମ୍ଭୀର ଜଣେ ପ୍ରଶିକ୍ଷକ ଭାବରେ ଭାରତୀୟ ଦଳର ଭବିଷ୍ୟତ ପାଇଁ କେଉଁ ପ୍ରକାରର ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ? ଏହି ବର୍ଷ ଗୌତମ ଗମ୍ଭୀର କହିଥିଲେ ଯେ, ସେ ତିନୋଟି ଫର୍ମାଟରେ ଜଣେ ଅଧିନାୟକଙ୍କ ସହିତ କାମ କରିବାକୁ ଚାହାଁନ୍ତି । ଜଣେ ଅଧିନାୟକଙ୍କ ସହିତ କାମ କରିବା ସହଜ। 

ସେ ଏହାର ଜଟିଳତା ଉପରେ ମଧ୍ୟ ଆଲୋକପାତ କରିଥିଲେ। ଗମ୍ଭୀର କହିଥିଲେ ଯେ, ଟିମ୍ ଇଣ୍ଡିଆ ଗୋଟିଏ ବର୍ଷରେ ବହୁତ କ୍ରିକେଟ୍ ଖେଳୁଛି । ତେଣୁ ତିନୋଟି ଫର୍ମାଟରେ ଖେଳୁଥିବା ଅଧିନାୟକ ଖୋଜିବା ବହୁତ କଷ୍ଟକର ହେବ। ଭାରତୀୟ ଦଳକୁ ତିନୋଟି ଫର୍ମାଟରେ ଜଣେ ଅଧିନାୟକର ଆବଶ୍ୟକତା ରହିଛି । ଏଥିପାଇଁ ଶୁଭମନ ଗିଲଙ୍କ ନାମ ଆଗରେ ରହିଛି । ଇଂଲଣ୍ଡରେ ଅଧିନାୟକ ଭାବରେ ତାଙ୍କର ପ୍ରଥମ ଟେଷ୍ଟ ଡ୍ର କରିବାରେ ସଫଳ ହୋଇଥିଲେ ଗିଲ୍‌ ।

ଅଭିଜ୍ଞତା ସହିତ ଗିଲ୍ ଜଣେ ଟେଷ୍ଟ ଅଧିନାୟକ ଭାବରେ ଅଧିକ ପରିପକ୍ୱ ହୋଇଯିବେ। ସମ୍ପ୍ରତି ଏହା ମଧ୍ୟ ରିପୋର୍ଟ ହୋଇଛି ଯେ, ଯଦି ରୋହିତ ଶର୍ମା ୨୦୨୭ ODI ବିଶ୍ୱକପ୍ ଖେଳନ୍ତି, ତେବେ ସେ ପର୍ଯ୍ୟନ୍ତ ଅଧିନାୟକ ରହିବେ କି ନାହିଁ ତାହା କୁହାଯାଇପାରିବ ନାହିଁ। ଏହା ଫଳରେ ଶୁଭମନ ଗିଲଙ୍କ କାନ୍ଧରେ ODI ଅଧିନାୟକତ୍ୱ ମଧ୍ୟ ଖୁବ୍ ଶୀଘ୍ର ଆସିପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ସେହିଭଳି ଟି-୨୦ ଟିମ୍‌ର ଅଧିନାୟକଙ୍କୁ ନେଇ ଚର୍ଚ୍ଚା ହେଉଛି । ଏବେ ସୂର୍ଯ୍ୟକୁମାର ଯାଦବ ଟି-୨୦ର ଅଧିନାୟକ ଅଛନ୍ତି । ଗୌତମ ଗମ୍ଭୀର ପ୍ରଶିକ୍ଷକ ହେବା ପରେ, ଭାରତ ପ୍ରତ୍ୟେକ ଟି-୨୦ ସିରିଜ ଜିତିଛି। ଯେହେତୁ ଗମ୍ଭୀର ଜଣେ ଅଧିନାୟକଙ୍କ ସହିତ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ତେଣୁ ଗୋଟିଏ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ । 

ଗୋଟିଏ ବର୍ଷ ମଧ୍ୟରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଗୌତମ ଗମ୍ଭୀର ଯୁବପିଢ଼ିଙ୍କ ଉପରେ ବିଶ୍ୱାସ ଦେଖାଉଛନ୍ତି। ଅଭିଷେକ ଶର୍ମା, ତିଲକ ବର୍ମା, ସଞ୍ଜୁ ସାମସନ ଏବଂ ଅର୍ଶଦୀପ ସିଂହ ଟି-୨୦ ଦଳରେ ନିରନ୍ତର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଟେଷ୍ଟ ଦଳର ଭାର ବହନ କରିବା ପାଇଁ ଶୁଭମନ ଗିଲ ଏବଂ ଯଶସ୍ୱୀ ଜୟସ୍ୱାଲ ଅଛନ୍ତି । ଆକାଶଦୀପ, ସାଇ ସୁଦର୍ଶନ ଏବଂ ନୀତିଶ କୁମାର ରେଡ୍ଡୀଙ୍କ ପରି ଯୁବ ଖେଳାଳିଙ୍କୁ ମଧ୍ୟ ପ୍ରସ୍ତୁତ କରାଯାଉଛି। ଦିନିକିଆ ଫର୍ମାଟରେ, ରୋହିତ ଶର୍ମା, ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ପରି ବରିଷ୍ଠ ଖେଳାଳି ଅଛନ୍ତି । ଅଷ୍ଟ୍ରେଲିଆ ଗସ୍ତ ପରେ ସେମାନଙ୍କୁ ନେଇ କୌଣସି ନିଷ୍ପତ୍ତି ନିଆଯିବ ବୋଲି ଅନୁମାନ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.