​​​​​​​ଚମ୍ପୁଆ,|୧୦(ଆପ୍ର):ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ପର୍ଶଳା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ବାଇକକୁ ଟ୍ରକ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ  ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଯୁବକ  ଜଣକ ହେଲେ ଗୁମରା ଗ୍ରାମର ଗଣେଶ ପ୍ରସାଦ(୪୫)

ଏକ ବାଇକ ରେ ତିନି ଜଣ ଯୁବକ ରିମୁଳି ରୁ ପର୍ଶଳା ଆଡକୁ ଯାଉଥିଲେ।  ପର୍ଶଳା ଛକ ନିକଟରେ ଏକ ଅଜଣା ଟ୍ରକ ବାଇକ କୁ ଧକ୍କା ଦେଇଥିଲା ।  ଫଳରେ  ବାଇକରେ ଥିବା ଯୁବକ ତିନିଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ  ଝୁମ୍ପୁରା ଥାନା  ଗୁମରା ଗ୍ରାମର ଗଣେଶ ପ୍ରସାଦ(୪୫) । ଅନ୍ୟ ଦୁଇ ଆହତ ଯୁବକ ପର୍ଶଳା ଗ୍ରାମ ର ସତ୍ୟାନନ୍ଦ ଗିରି(୩୫) ଓ ଗୁମରା ଗ୍ରାମ ର  ସୋମନାଥ ସର୍ଦ୍ଦାର (୪୪) । ସେମାନଙ୍କ ମଧ୍ୟରୁ ସତ୍ୟାନନ୍ଦ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ  ସ୍ଥାନାନ୍ତର କରାଯାଇଛି। ଖବର ପାଇ ଚମ୍ପୁଆ ପୁଲିସ୍ ଡାକ୍ତରଖାନା ରେ ପହଞ୍ଚି ମୃତଦେହକୁ ଜବତ କରିବା ସହ  ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ।