କରଞ୍ଜିଆ,୧୭।୧୧ : କରଞ୍ଜିଆ ଥାନା ସାନ ଦେଉଳି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ।  ଅଟୋ ଏବଂ ବୁଲେଟ ଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ବାଇକ ଅରୋହୀ ଜଣକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅଟୋରେ ଥିବା ୩ ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ  କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସ୍ଥାନରେ କରଞ୍ଜିଆ ପୋଲିସ ପହଞ୍ଚି ଘଟଣାର  ତଦନ୍ତ କରୁଛି।