ଆନନ୍ଦପୁର, ୨୦।୪ : ଆନନ୍ଦପୁର - କରଞ୍ଜିଆ ରାସ୍ତାର ଗୋଡ଼ଭଙ୍ଗା ଘାଟି ନିକଟରେ ବସ- କାର ମଧ୍ୟରେ ମୁହାଁମୁହିଁ ଧକ୍କା। ଜଣେ କାର ଯାତ୍ରୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତ ଙ୍କୁ ଅଗ୍ନିଶମବାହିନୀ ସହାୟତାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି।

ଭଦ୍ରକ ଅଂଚଳରୁ ୪ ଜଣ କାର ଯୋଗେ କୌଣସି କାମରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା କୁ ଯାଉଥିଲେ। ଏହି ସମୟରେ ସାମନା ପଟୁ ଆସୁଥିବା ଏକ ବସ ସହ ମୁଁହାମୁଁହି ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଧୀରେସ କୁମାର ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଓ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ମହୁଲଡିହା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି