ଝାରସୁଗୁଡା, ୧୧।୫ : ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକରେ  ଯୁବକଙ୍କୁ ଆକ୍ରମଣ। ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଉଭୟ ବେଲପାହାଡ଼ ଜୁନାଡିହି କଲେଜ ପଡାର ବୋଲି ଜଣା ପଡ଼ିଛି । ମୃତକ ଜଣକ ରାହୁଲ ମହତ। ଆହତ ଜଣକ ଆକାଶ ସାହୁ l ଆହତ ଯୁବକକୁ ଲଖନପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଝାରସୁଗୁଡ଼ା ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି ।

ଚାରିଜଣ ଅଜଣା ଯୁବକ ଏକ କାରରେ ଆସି ରାହୁଲ ଓ ଆକାଶଙ୍କୁ ସଂଘବଦ୍ଧ ହୋଇ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଖବର ପାଇ ପୁଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ରାହୁଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଝାରସୁଗୁଡା ଏସପି, ବ୍ରଜରାଜନଗର ଏସଡିପିଓ, ବେଲପାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।