କୋଲାବିରା,୨୮/୦୭(ଆ.ପ୍ର)- କୋଲାବିରା ଥାନା ଅଧିନସ୍ଥ ପତ୍ରାପାଲି ଛକ - ହଲକାଢିପା ରାସ୍ତାର ଅପାର କାରଖାନା ନିକଟରେ ସୋମବାର ସନ୍ଧ୍ୟାରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେଇଛି।  ଏଥିରେ  ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା  ବେଳେ ବାଇକରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇଛି l ମୃତ ବାଇକ ଚାଳକ ଜଣକ ହେଲେ ଭଗବାନ ବାଗ (୫୦) ଓ ତାଙ୍କ ଘର ରେଙ୍ଗାଲପାଲି ବାଦିମାଲ ଗ୍ରାମରେ l 

ଭଗବାନ ନିଜ ଗ୍ରାମର ଚିଡ଼ିଆ କିସାନ (୫୫) ଙ୍କ ସହ ଝାରସୁଗୁଡ଼ା ରୁ ଘରକୁ ଫେରୁଥିଲେ । ବାଟରେ  ଭାରସାମ୍ୟ ହରାଇ ଗଛ ରେ ପିଟି ହୋଇଥିଲେ l ଦୁର୍ଘଟଣା ପରେ ଉଭୟଙ୍କୁ ଉଦ୍ଧାର କରି କୋଲାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିଲା l ଭଗବାନ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ଚିଡିଆ ଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ  ନିଆଯାଇଥିଲା l କୋଲାବିରା ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଭଗବାନଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି l