ଅନୁଗୁଳ,୩୧।୮ : ବିଲରେ ଘାସ ବାଛୁଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛି। ଶିମିଳିପାଳ ପଞ୍ଚାୟତ ମାଝୀମୁଣ୍ଡା ଗ୍ରାମରେ ଘଟିଛି ଏହି ଘଟଣା। ମୃତକ ହେଲେ ସୁମତି ବେହେରା(୪୬)। ଗୁରୁତର ଜଣକ ହେଲେ ହୀନ ବେହେରା(୫୫)। ଗୁରୁତରଙ୍କୁ ତୁରନ୍ତ ଛେଣ୍ଡିପଦା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଉଭୟ ଦୁଇ ଯାଆ ବୋଲି ଜଣାପଡିଛି।