ଯାଜପୁର,୨୩।୧ :  ବାଇକକୁ ଧକ୍କା ଦେଲା ବାଲି ବୋଝେଇ ହାଇଓ୍ବା । ଘଟଣାସ୍ଥଳରେ  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାଜପୁର ଶଠୀପୁର  ଛକ ନିକଟରେ ଦୁର୍ଘଟଣା ଘଟିଛି। 

 ବାଇକରେ ୩ ଜଣ ଯାଉଥିଲେ। ଯାଜପୁର ଶଠୀ ପୁର  ଛକ ନିକଟରେ  ସାମ୍ନା ପଟୁ ଆସୁଥିବା ହାଇଓ୍ବା ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି  ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ  କଟକକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ହାଇଓ୍ବାକୁ ପୋଲିସ ଜବତ କରିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ମୃତାହତଙ୍କ ପରିଚୟ ମିଳିପାରିନାହିଁ ।