ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଅର୍ଥ ଅଭାବ : ଚିକିତ୍ସିତ ହୋଇ ନପାରି ମୃତ୍ୟୁ ହୋଇଥିବା ଅଭିଯୋଗ

Published By : Suraj Kumar | October 14, 2024 10:24 PM

ମାଲକାନଗିରି, ୧୪।୧୦: ନିଜର ଚିକିତ୍ସା ପାଇଁ ନିଜ ପାଖରେ ଥିବା ଜମି ବିକ୍ରି କରିବା ଲାଗି ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ପାଇଁ ଆବେଦନ କରି ମାସ ମାସ ବିତି ଯାଇଥିବା ବେଳେ ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ମିଳି ନଥିବା ବେଳେ ରୋଗ ଶଯ୍ୟାରେ ଚାଲିଯାଇଛି ଜଣେ ଆଦିବାସୀ ବ୍ୟକ୍ତି ଙ୍କ ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକସ୍ଥ ପଦ୍ମଗିରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯଦୁଗୁଡା ଗ୍ରାମରେ। 

ସୂଚନା ଅନୁଯାୟୀ ଦୀର୍ଘ ଏକ ବର୍ଷ ଧରି ରୋଗରେ ପୀଡିତ ଥିବା ବୁଟିମାଡି ଚିକିତ୍ସା ପାଇଁ ନିଜ ନିକଟରେ ଥିବା ୧୩ ଏକର ଜମିରୁ ୧ଏକର ଜମି ବିକ୍ରୟ କରିବା ଲାଗି ମାଲକାନଗିରି ତହସିଲରେ ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିଲେ। ବୁଟି ନିଜେ ଅନୁସୂଚିତ ଜାତି ବର୍ଗର ହୋଇଥିବାରୁ ଜମି ବିକ୍ରୟ ପାଇଁ ଏହି ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ଆବଶ୍ୟକ ଥିବାରୁ ବାରମ୍ବାର ତହସିଲ କାର୍ଯ୍ୟଳୟକୁ ଦଉଡି ଦଉଡି ନୟାନ୍ତ ହୋଇଥିବା ବେଳେ ଏହି ସାର୍ଟିଫିକେଟ୍ ମିଳି ନଥିବାରୁ ନିଜର ଚିକିତ୍ସା କରାଇ ନପାରି ଶେଷରେ  ତାଙ୍କର ମୃତ୍ୟୁ ହୋଇ ଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

 ବୁଟି ମାଡିଙ୍କ ଦୁଇ ପୁତ୍ରଙ୍କ ଅଭିଯୋଗ ଅନୁଯାୟୀ ପିତା ବୁଟି ମାଡ଼ି ଏକ ବର୍ଷ ଧରି ରୋଗରେ ପୀଡିତ ଥିବା ଯୋଗୁଁ ଉତ୍ତମ ଚିକିତ୍ସା ପାଇଁ ଟଙ୍କା ଦରକାର ଆବଶ୍ୟକ ଥିଲା। ବୁଟି ମାଡ଼ିଙ୍କ ଦୁଇ ପୁତ୍ର ବାବୁଲା ଓ ସମାରୁଙ୍କ ସହ ବୁଟି ମାଲକାନଗିରି ତହସିଲଦାରଙ୍କ ନିକଟରେ ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିଲେ। ବାରମ୍ବାର ଆବେଦନ ସତ୍ତ୍ୱେ କୌଣସି ସୁଫଳ ମିଳିନଥିବା ବେଳେ ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ବି ମିଳିନଥିଲା। 

ଜମି ବିକ୍ରି ହୋଇପାରିଲା ନାହିଁ କି ବାପାଙ୍କ ଉତ୍ତମ ଚିକିତ୍ସା ହୋଇପାରିଲା ନାହିଁ। ଅର୍ଥ ଅଭାବରୁ ବାପାଙ୍କ ଦେହାନ୍ତ ହୋଇଗଲା ବୋଲି ଦୁଇ ପୁଅ ଅଭିଯୋଗ କରିଛନ୍ତି। ତେବେ ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରି ପଦକ୍ଷେପ ନେବାକୁ ସେମାନେ ଦାବି କରିଥିବା ବେଳେ ଏନେଇ ଆମେ ତହସିଲଦାର ଲଳିତ ବାଗଙ୍କୁ ଯୋଗାଯୋଗ କରିବାରୁ ସେ ଜିଲ୍ଲା ବାହାରେ ଅଛନ୍ତି ଏବଂ ଆସିଲେ ଏନେଇ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.