କେନ୍ଦ୍ରାପଡା,୩୦।୬ :କେନ୍ଦ୍ରାପଡା ନାଉପାଳ ଛକରେ ଏକ ସ୍କୁଟିକୁ ଲକ୍ଷ୍ମୀ ବସ୍ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି l ମୃତ ବ୍ୟକ୍ତି ସ୍ଥାନୀୟ ସୁଜାନଗର ଗାଁର ଉତ୍ତମ ସାହୁ l
ବ୍ୟବସାୟୀ ଉତ୍ତମ ନିଜ ସ୍କୁଟି ଯୋଗେ ତିନିମୁହାଣୀ ଆଡ଼କୁ ଆସୁଥିଲେ l ବିପରୀତ ଦିଗରୁ ଆସୁଥିବା ଲକ୍ଷ୍ମୀ ବସ୍ ତାଙ୍କୁ ସାମନା ପଟୁ ଧକ୍କା ଦେଇଥିଲା l ଏଥିରେ ଉତ୍ତମ ଗୁରୁତର ହୋଇଥିଲେ। ଉତ୍ତମଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ l ଲକ୍ଷ୍ମୀ ବସ୍ କେନ୍ଦ୍ରାପଡାରୁ ଇନ୍ଦୁପୁର ଯାଉଥିଲା ବୋଲି ଜଣାପଡିଛି l ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରିଛି l