କାଶୀନଗର,୩୧।୫ :  କାଶୀନଗର ରାଜ୍ୟ ରାଜପଥ ସତ୍ୟ ସାଇ ପେଟ୍ରୋଲ ପମ୍ପ ଠାରେ ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକ ଜଣକ ହେଲେ ରାଜୁ ଗମାଙ୍ଗୋ  ।

ଧକ୍କା ଦେଇ ଥିବା ଟ୍ରକ ଦ୍ରୁତ ଗତିରେ ଘଟଣା ସ୍ଥଳ ଛାଡି ଯିବା ଜାଣିପାରି କାଶୀନଗର ପୋଲିସ ଟ୍ରକ  ପିଛା କରି କାଶୀନଗର ଠାରୁ ୧୦ କିଲୋମିଟର ଦୂର ଶିଆଳି ଗ୍ରାମ ଠାରେ ଧରିଥିଲା I ଟ୍ରକ ଛାଡି ଡ୍ରାଇଭର୍ ଫେରାର୍ ହୋଇଯାଇଛି I ଏହି ଘଟଣା ଥାନାରେ  ମୋକଦ୍ଦମା ରୁଜୁ କରାଯାଇଛି ଓ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁନୀଲ କୁମାର ବେହେରା ପ୍ରକାଶ କରିଛନ୍ତି I