​​​​​​​ଆନନ୍ଦପୁର,୨୫।୧ : ନନ୍ଦିପଦା ଥାନା ଶାଳଣିଆଁ ଠାରେ ହାଇୱା ଧକ୍କାରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଉଛନ୍ତି ବିଷ୍ଣୁପୁର ଗ୍ରାମର ଆନନ୍ଦ ଜେନା। ଆନନ୍ଦ ଶାଳଣିଆଁରୁ ନିଜ ଘରକୁ ସାଇକେଲ ଯୋଗେ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା।  ତାଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ  ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କଟକ ବଡ ଡାକ୍ତରଖାନାନୁ ସ୍ଥାନାନ୍ତର କରାଯାଉ ଥିବାବେଳେ ବାଟରେ ତାଙ୍କର ମୃତ୍ଯୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ହାଇୱାଟି କୁ ଅଟକ ରଖିଥିବା ବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।