ବଙ୍ଗୋମୁଣ୍ଡା, ୧।୬ : ବଙ୍ଗୋମୁଣ୍ଡା- କଣ୍ଟାବାଞ୍ଜି ରାସ୍ତାର ଦାନ୍ଦ୍ର ଗାଁ ବୁଲାଣି ପାଖରେ ବସ ସହିତ ବାଇକ୍ ମୁହାଁମୁହିଁ ଧକ୍କା  ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର  ହୋଇଛି। ମୃତକ ଜଣକ ହେଲେ ଦୁର୍ଯ୍ୟୋଧନ ପଟେଲ୍ ।

ବଙ୍ଗୋମୁଣ୍ଡା- କଣ୍ଟାବାଞ୍ଜି ରାସ୍ତାର ଦାନ୍ଦ୍ର ଗାଁ ବୁଲାଣି ପାଖରେ ବସ ସହିତ ବାଇକ୍ ମୁହାଁମୁହିଁ  ଧକ୍କା ହୋଇ ବାଇକରେ ବସିଥିବା ଦୁଇ ଆରୋହୀ ଗୁରୁତର ହୋଇଥିଲେ । ପୁଲିସ ଓ ସ୍ଥାନୀୟ ଲୋକେ ଗୁରୁତରଦ୍ଵୟଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲକୁ ପଠାଇଥିଲେ । ସେଠି ଦୁର୍ଯ୍ୟୋଧନ ପଟେଲଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଜଣକ ଅଙ୍କୁର ପଟେଲ୍ ବୋଲି ଜଣାପଡିଛି। ତେବେ ଉକ୍ତ ବସଟି ସିନାପାଲିରୁ କଣ୍ଟାବାଞ୍ଜି ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ବାଇକ ସହ ଧକ୍କା ହୋଇଥିଲା ।  ଘଟଣାସ୍ଥଳରେ ବଙ୍ଗୋମୁଣ୍ଡାରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ କରୁଛି।