ରେଢ଼ାଖୋଲ,୧୮/୧୧; ଦନ୍ତା ହାତୀର ମୃତଦେହ ଉଦ୍ଧାର । କିପରି ହାତୀର ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ । ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜ ବଡ଼କୁଡା ଗ୍ରାମ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ଜବତ କରିଛି ବନ ବିଭାଗ । ହାତୀର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଜଣାପଡିନାହିଁ । କାରଣ ଖୋଜୁଛି ବନ ବିଭାଗ ।
ଗତ କିଛି ଦିନ ହେବ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ହାତୀ ପଲ ଉପଦ୍ରଵ କରି ଆସୁଛନ୍ତି । ଆଜି (ମଙ୍ଗଳବାର) ବଡ଼କୁଡା ଗ୍ରାମ ନିକଟ ଖେସରା ଜଙ୍ଗଲରେ ଏକ ଦନ୍ତାର ମୃତଦେହ ପଡିଥିବା ନେଇ ବନ ବିଭାଗ ଖବର ପାଇଥିଲା । ରେଢ଼ାଖୋଲ ଡ଼ିଏଫଓଙ୍କ ସମେତ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ହାତୀର ମୃତ୍ୟୁର କାରଣ ଜଣାପଡି ନାହିଁ । ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ବନ ବିଭାଗ ସୂଚନା ଦେଇଛି । ତେବେ ମୃତ ହାତୀର ବୟସ ପ୍ରାୟ ୨୦ବର୍ଷ ହେବ ବୋଲି ଜଣାପଡିଛି ।