ହରଭଙ୍ଗା,୨୪।୫ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁସାଶିଙ୍ଗା ଗ୍ରାମରେ ପଥରକୁ ଡିନାମାଇଟ ଲଗାଇ ବସ୍ଫୋରଣ ବେଳେ ଜଣେ ଗୁରୁତର ହୋଇଛି। ଗୁରୁତର ଜଣକ ହେଲେ ସଚ୍ଚିଦାନନ୍ଦ ମହାକୁଡ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହରଭଙ୍ଗା ପରେ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁସାଶିଙ୍ଗା ଗ୍ରାମର ସଚ୍ଚିଦାନନ୍ଦ ମହାକୁଡ ନିଜ ଜମିରେ ମଧ୍ୟରେ ଥିବା ଏକ ପଥରକୁ ଡିନାମାଇଟ ଲଗାଇ ବେଆଇନ ଭାବେ ବିସ୍ଫୋରଣ କରୁଥିଲେ । ଡିନାମାଇଟ ବିସ୍ଫୋରଣ ବେଳେ ଅସାବଧାନତା ଯୋଗୁଁ ଡିନାମାଇଟଟି ସଚ୍ଚିଦାନନ୍ଦ ଙ୍କ ହାତରେ ଫୁଟି ଯାଇଥିଲା ।ଫଳରେ ତାଙ୍କ ହାତ ପାପୁଲି କଟି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ହରଭଙ୍ଗା ଓ ପରେ ବୌଦ୍ଧ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି ।
ସେପଟେ ମହାନଦୀରୁ ମାଛ ମାରିବା ପାଇଁ ସଚ୍ଚିଦାନନ୍ଦ ନଦୀ କୁ ଯାଇ ବେଆଇନ ଭାବେ ଡିନାମାଇଟ ଲଗାଇ ବିସ୍ଫୋରଣ କରୁଥିଲେ । ହଠାତ ସେତିକି ବେଳେ ଅସବଧାନ କାରଣରୁ ହାତରେ ଡିନାମାଇଟ ବିସ୍ଫୋରଣ ହୋଇଯାଇଥିଲା ବୋଲି ସ୍ଥାନୀୟ କୁସାଶିଙ୍ଗା ଗ୍ରାମବାସୀଙ୍କ ପକ୍ଷରୁ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏଠି ବଡ ପ୍ରଶ୍ନ ଯେ ସଚ୍ଚିଦାନନ୍ଦ ଡିନାମାଇଟ ଭଳି ବିସ୍ଫୋରଣ ସାମଗ୍ରୀ ପାଇଲେ କେଉଁଠୁ । ଅନ୍ୟପଟେ ବଜାରରେ ବେଆଇନ ଭାବେ ମିଳୁଥିବା ଡିନାମାଇଟ ଭଳି ବିସ୍ଫୋରଣ ସାମଗ୍ରୀ ଉପରେ ରୋକ ଲଗାଇବା ସହ ଦୋକାନ ଗୁଡିକରେ ହରଭଙ୍ଗା ପୋଲିସ ପକ୍ଷରୁ ତଦନ୍ତ କରି ଚଢାଉ କରିବାକୁ ଦାବି କରାଯାଇଛି।