ସଇଁତଲା,୨୪।୫ : ସଇଁତଲା ଥାନା ଜାତୀୟ ରାଜପଥ ୨୬ ବରଗାଁ ଲାଂଥ ନଦୀ ବ୍ରିଜରେ ବାଇକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ବାଇକ ଆରୋହୀ ଗୁରୁତର ହୋଇଛି। ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଇକ ଆରୋହୀଙ୍କ ପରିଚୟ ମିଳିପାରିନାହିଁ ।
କାର ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିଲା। ଏହି ସମୟରେ କଳାହାଣ୍ଡିରୁ ସଇଁତଲାକୁ ଆସୁଥିବା ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀ ଗୁରୁତର ହୋଇପଡ଼ିଥିଲେ । ଘଟଣା ସ୍ଥଳରେ ସଇଁତଲା ପୋଲିସ ପହଁଞ୍ଚି କାରକୁ ଜବତ କରି ଅଧିକ ତଦନ୍ତ କରୁଛି।