ସଇଁତଲା,୨୪।୫  : ସଇଁତଲା ଥାନା ଜାତୀୟ ରାଜପଥ ୨୬ ବରଗାଁ ଲାଂଥ ନଦୀ ବ୍ରିଜରେ ବାଇକ ଓ କାର ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ବାଇକ ଆରୋହୀ ଗୁରୁତର ହୋଇଛି।  ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଇକ ଆରୋହୀଙ୍କ  ପରିଚୟ ମିଳିପାରିନାହିଁ । 

କାର ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିଲା।  ଏହି ସମୟରେ କଳାହାଣ୍ଡିରୁ ସଇଁତଲାକୁ ଆସୁଥିବା ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀ ଗୁରୁତର ହୋଇପଡ଼ିଥିଲେ । ଘଟଣା ସ୍ଥଳରେ ସଇଁତଲା ପୋଲିସ ପହଁଞ୍ଚି କାରକୁ ଜବତ କରି ଅଧିକ ତଦନ୍ତ କରୁଛି।