ପ୍ରମୂଖ ଖବର
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଲହରାଶାଳ ଉପରେ ଚଢିଗଲା ବୋଲେରୋ, ବୃଦ୍ଧ ଗୁରୁତର

Published By : Prameya | May 15, 2025 6:00 PM

ନବରଙ୍ଗପୁର,୧୫।୫ ( ଆପ୍ର) : ନବରଙ୍ଗପୁର ସହର ବସଷ୍ଟାଣ୍ଡ ନିକଟ ଏକ ବୋଲେରୋ ନିୟନ୍ତ୍ରଣ ହରାଇ ଏକ ଲହରାଶାଳ ଉପରେ ଚଢିଯାଇଛି। ଏଥିରେ ଜଣେ ବୃଦ୍ଧ ଗୁରୁତର  ହୋଇଛନ୍ତି।  ଗୁରୁତର ବୃଦ୍ଧ ଜଣକ ହେଲେ ଶ୍ୟାମସୁନ୍ଦର ବିନ୍ଧାଣୀ (୭୦)। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ବୋଲେରୋ ଚାଳକ ବୁଦୁରାମ ଭତ୍ରାକୁ ପୁଲିସ୍ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । 

ଗୁରୁବାର ପ୍ରାୟ ୧୧ଟାରେ ବୋଲେରୋ ନଂ ଓଡି୨୪ଡି-୬୨୬ ଏଲଆଇସି ରାସ୍ତା ଦେଇ ଆସୁଥିଲା।  ବସଷ୍ଟାଣ୍ଡ ନିକଟ ତିନିଛକିଆ ବୁଲାଣି ନିକଟରେ ବିପରିତ ଦିଗରୁ ଆସୁଥିବା  ଏକ ବାଇକ୍ ସହ ଵୋଲେରାର ମୁହାଁମୁହିଁ  ଧକ୍କା ଏଡାଇବା ପାଇଁ  ବୋଲେରୋ ଚାଳକ ରାସ୍ତାର ବାମପାର୍ଶ୍ବରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଲହରାଶାଳ ଉପରେ ଚଢିଯାଇଥିଲା । ଲହରାଶାଳ ନିକଟରେ ଥିବା ଶ୍ୟାମସୁନ୍ଦରକୁ ବୋଲେରୋ ଧକ୍କା ଦେଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.