ବଲାଙ୍ଗୀର,୧୮/୦୯ : ବଲାଙ୍ଗୀର ଡାକ ବିଭାଗ ଜାଲ୍ ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ୍ ଗୁରୁବାର ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କୁଣ୍ଡବନ୍ଧ ଗାଁର ମଳୟ ଭୋଇ ବୋଲି ଜଣାପଡ଼ିଛି । ତାଠାରୁ କ୍ରାଇମବ୍ରାଞ୍ଚ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଗତକାଲି କ୍ରାଇମବ୍ରାଞ୍ଚ ଟିମ ଜିଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କ  କାର୍ଯ୍ୟାଳୟ ଠାରେ ପହଁଚି ତଦନ୍ତ କରିଥିଲା । ସେଠାରେ ବେଳପଡା ଅଞ୍ଚଳର କିଛି ଜାଲ୍‌ ସାର୍ଟିଫିକେଟ ଧାରୀଙ୍କ ତଥ୍ୟ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କ ଠାରୁ ନେଇ ଯାଞ୍ଚ କରିଥିଲେ। ତେବେ ଜାଲ୍‌ ସାର୍ଟିଫିକେଟ ମାମଲାରେ ଏଯାଏଁ ଜିଲ୍ଲାର ସର୍ବମୋଟ ୨୬ ଜଣ ଗିରଫ ହୋଇଥିବା ବେଳେ ଏହି ସଂଖ୍ୟା ବଢିବା ନେଇ ରହିଛି ଆଶଙ୍କା।