ଭୁବନେଶ୍ବର,୧୭।୧ : ରାଉରକେଲା ବିମାନ ଦୁର୍ଘଟଣା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସୁଶାନ୍ତ କୁମାର ବିଶ୍ବାଳ। ମୁମ୍ବାଇ ଏୟାର ଲିଫ୍ଟ ପାଇଁ ପ୍ରସ୍ତୁତି ବେଳେ ମୃତ୍ୟୁ ଘଟିଛି।ଗତ ୧୦ ତାରିଖରେ ହୋଇଥିଲା ବିମାନ ଦୁର୍ଘଟଣା

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଇଣ୍ଡିଆ ଓ୍ବାନ୍ର ଏକ ବିମାନ ଯାଉଥିଲା । ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା। ଏହାପରେ ପାଇଲଟ ତୁରନ୍ତ ବିମାନକୁ ଇମରଜେନ୍ସି ଲାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ରାଉରକେଲା ରଘୁନାଥପାଲିକଂସର ଅଞ୍ଚଳରେ ଜରୁରୀ ଅବତରଣ ବେଳେ ବିମାନ କ୍ରାସ୍ ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀ ଆହତ ହୋଇଥିଲେ। ବିମାନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ କ୍ୟାପଟେନ୍ ନବୀନ ଖାଡେଙ୍ଗା, ତରୁଣ ଶ୍ରୀବାସ୍ତବ ରହିଥିବା ବେଳେ ୪ ଜଣ ଯାତ୍ରୀ ରହିଥିଲେ । ଯାତ୍ରୀମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ବିଶ୍ୱାଳ, ଅନିତା ସାହୁ, ସୁନୀଲ ଅଗ୍ରଓ୍ୱାଲ, ସବିତା ଅଗ୍ରଓ୍ୱାଲ, ସବିତା ଅଗ୍ରଓ୍ୱାଲ ରହିଥିଲେ। ତେବେ ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସୁଶାନ୍ତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୁମ୍ବାଇ ଏୟାର ଲିଫ୍ଟି ବେଳେ ସୁଶାନ୍ତଙ୍କ ମୃତ୍ୟୁ ଘଟିଛି।