ବୌଦ୍ଧ,୧୯/୧୦: ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ଶିଶୁ କନ୍ୟାର ଜୀବନ। ସାପ କାମୁଡ଼ାରେ ଭଉଣୀର ଜୀବନ ଯାଇଥିବା ବେଳେ ଭାଇ ଗୁରୁତର ହୋଇଛି । ମୃତକ ବୌଦ୍ ଡମକୁଜ ଗାଁ ହରିହର ପୋଢ଼ଙ୍କ ଝିଅ ବୋଲି ଜଣାପଡ଼ିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଭାଇ-ଭଉଣୀ ଘରେ ଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଯାହା ଫଳରେ ଉଭୟ ଗୁରୁତର ହୋଇଥିଲେ । ଏହାପରେ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ବୌଦ୍ଧ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଭଉଣୀର ମୃତ୍ୟୁ ହୋଇଛି । ଗୁରୁତର ଭାଇଙ୍କ ଚିକିତ୍ସା ଜାରି ରହିଛି ।