କାଶୀପୁର,୧।୩ : କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ତୋଟା ଗୁଡ଼ାଗ୍ରାମ ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତ ଯୁବକ ଜଣକ ହେଲେ ସମୀର ମେଲକା(୨୭)। ଅନ୍ୟ ତିନି ଜଣ ଶ୍ରମିକ ହେଲେ ଚାନ୍ଦିଲି ଥାନା ସିଲଟିଗୁଡ଼ା ଗ୍ରାମରତୁଷାର ମେଲକା, ନିରଞ୍ଜନ ହିମିରିକା ଏବଂ ପ୍ରଭାତ ହିମିରିକା।
କଂକ୍ରିଟ ପୋଲ ବୋଝେଇ କରି ଟ୍ରାକ୍ଟରଟି ଚାନ୍ଦିଲି ଠାରୁ ଟିକିରି ଅଭିମୁଖେ ଯାଉଥିଲା। ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଗଙ୍ଗାରାଜୁ ଫେରାର ହୋଇ ଯାଇଛି।