ଭୁବନେଶ୍ୱର, ୨୪/୦୫: ରାଜ୍ୟରେ ଶନିବାର ଠାରୁ ଯୁକ୍ତ ଦୁଇ  ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ଆସନ୍ତା ଜୁନ ୩୦ ତାରିଖ ଯାଏ ଏହି ଆବେଦନ ଚାଲିବ । ସାମ୍‌ସ  ପୋର୍ଟାଲରେ www.samsodisha.gov.in ଛାତ୍ରଛାତ୍ରୀ ଆବେଦନ  କରିବେ । 

ଜୁଲାଇ ୭ରେ ପ୍ରଥମ ମେଧା  ତାଲିକା ପ୍ରକାଶ ପାଇବ । ଜୁଲାଇ ୮ରୁ  ୧୪ ତାରିଖ ଯାଏ ନାମଲେଖା ଚାଲିବ ।  ଜୁଲାଇ ୨୪ରେ ପାଠପଢ଼ା ଆରମ୍ଭ ହେବ  ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  ପକ୍ଷରୁ ସୂଚନା ମିଳିଛି । ସ୍କୁଲ ଓ ଗଣଶିକ୍ଷା  ବିଭାଗର ତଥ୍ୟ ଅନୁସାରେ, ୨୦୨୫-୨୬  ଶିକ୍ଷାବର୍ଷରେ ରାଜ୍ୟରେ ଥିବା ୨୩୯୫ଟି  ଜୁନିୟର କଲେଜ (ଯୁକ୍ତ ଦୁଇ)ରେ ୫ଲକ୍ଷ  ୬୩ ହଜାର ସିଟ୍‌ରେ ନାମଲେଖା ହେବ।