ଭୁବନେଶ୍ୱର,୨୬/୦୪: କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ପଦ୍ମ  ପୁରସ୍କାର-୨୦୨୬ ନିମନ୍ତେ ଆଗ୍ରହୀ ପ୍ରାର୍ଥୀମାନେ ଚଳିତ ବର୍ଷ ଜୁଲାଇ ମାସ  ୩୧ ତାରିଖ ସୁଦ୍ଧା ସେମାନଙ୍କ ମନୋନୟନ ପତ୍ର ଅନ୍‌ଲାଇନ୍‌ରେ ସିଧାସଳଖ  କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିପାରିବେ । ଏ ସଂକ୍ରାନ୍ତ ସମସ୍ତ ତଥ୍ୟ ଗୃହ  ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ୱେବ୍‌ସାଇଟ୍‌ www.padmaawards.gov.in ରେ ଉପଲବ୍ଧ । ଏତଦ୍‌ବ୍ୟତୀତ ଆଗ୍ରହୀ ପ୍ରାର୍ଥୀମାନେ ନିଜର ମନୋନୟନ  ପତ୍ର ପ୍ରୋଫୋର୍ମା ଅନୁଯାୟୀ ଇଂରାଜୀ ଭାଷାରେ ପ୍ରସ୍ତୁତ କରି ଏହାର ସଫ୍ଟ କପି  ଏମ୍‌ଏସ୍‌ ୱାର୍ଡ ଫର୍ମାଟ୍‌ରେ [email protected]  ଠିକଣାରେ କେବଳ ଇ-ମେଲ୍‌ ମାଧ୍ୟମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଏହି ବିଜ୍ଞାପନ ପ୍ରକାଶନଠାରୁ ଜୁନ୍‌ ୧୬ ତାରିଖ ସୁଦ୍ଧା  ପଠାଇପାରିବେ । ଇ-ମେଲ୍‌ ମାଧ୍ୟମରେ ହସ୍ତଗତ ହୋଇଥିବା ଏବଂ ପ୍ରଦତ୍ତ  ପ୍ରୋଫୋର୍ମା ଅନୁଯାୟୀ ପ୍ରସ୍ତୁତ ହୋଇଥିବା ମନୋନୟନ ପତ୍ରଗୁଡ଼ିକ ମଧ୍ୟରୁ  ଯୋଗ୍ୟ ପ୍ରାର୍ଥୀ ଚୟନ କରାଯାଇ ରାଜ୍ୟ ସରକାରଙ୍କ ଦ୍ୱାରା ସେମାନଙ୍କ ନାମ ପଦ୍ମ ପୁରସ୍କାର ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ ।