ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜୁଲାଇ ୩୧ ସୁଦ୍ଧା ପଦ୍ମ ପୁରସ୍କାର ପାଇଁ ଆବେଦନ, ୱେବ୍‌ସାଇଟ୍‌ କରିପାରିବେ ଆବେଦନ

Published By : Prameya | April 26, 2025 12:30 PM

ଭୁବନେଶ୍ୱର,୨୬/୦୪: କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ପଦ୍ମ  ପୁରସ୍କାର-୨୦୨୬ ନିମନ୍ତେ ଆଗ୍ରହୀ ପ୍ରାର୍ଥୀମାନେ ଚଳିତ ବର୍ଷ ଜୁଲାଇ ମାସ  ୩୧ ତାରିଖ ସୁଦ୍ଧା ସେମାନଙ୍କ ମନୋନୟନ ପତ୍ର ଅନ୍‌ଲାଇନ୍‌ରେ ସିଧାସଳଖ  କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିପାରିବେ । ଏ ସଂକ୍ରାନ୍ତ ସମସ୍ତ ତଥ୍ୟ ଗୃହ  ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ୱେବ୍‌ସାଇଟ୍‌ www.padmaawards.gov.in ରେ ଉପଲବ୍ଧ । ଏତଦ୍‌ବ୍ୟତୀତ ଆଗ୍ରହୀ ପ୍ରାର୍ଥୀମାନେ ନିଜର ମନୋନୟନ  ପତ୍ର ପ୍ରୋଫୋର୍ମା ଅନୁଯାୟୀ ଇଂରାଜୀ ଭାଷାରେ ପ୍ରସ୍ତୁତ କରି ଏହାର ସଫ୍ଟ କପି  ଏମ୍‌ଏସ୍‌ ୱାର୍ଡ ଫର୍ମାଟ୍‌ରେ [email protected]  ଠିକଣାରେ କେବଳ ଇ-ମେଲ୍‌ ମାଧ୍ୟମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଏହି ବିଜ୍ଞାପନ ପ୍ରକାଶନଠାରୁ ଜୁନ୍‌ ୧୬ ତାରିଖ ସୁଦ୍ଧା  ପଠାଇପାରିବେ । ଇ-ମେଲ୍‌ ମାଧ୍ୟମରେ ହସ୍ତଗତ ହୋଇଥିବା ଏବଂ ପ୍ରଦତ୍ତ  ପ୍ରୋଫୋର୍ମା ଅନୁଯାୟୀ ପ୍ରସ୍ତୁତ ହୋଇଥିବା ମନୋନୟନ ପତ୍ରଗୁଡ଼ିକ ମଧ୍ୟରୁ  ଯୋଗ୍ୟ ପ୍ରାର୍ଥୀ ଚୟନ କରାଯାଇ ରାଜ୍ୟ ସରକାରଙ୍କ ଦ୍ୱାରା ସେମାନଙ୍କ ନାମ ପଦ୍ମ ପୁରସ୍କାର ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.