ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରଦୂଷଣ ଅଣାୟତ୍ତ : ମଲ୍‌ ଖାଁ ଖାଁ, ବଢୁଛି ଅନ୍‌ଲାଇନ୍‌ ଅର୍ଡର

Published By : Rasmita Pradhan | November 20, 2024 1:19 PM

ନୂଆଦିଲ୍ଲୀ, ୨୦/୧୧ : ସମ୍ପ୍ରତି ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରଦୂଷଣ ଲୋକଙ୍କୁ ଘରେ ଆବଦ୍ଧ ରହିବା ପାଇଁ ବାଧ୍ୟ କରିଛି । ସ୍କୁଲ କଲେଜ ବନ୍ଦ । କ୍ଲାସ୍‌ଗୁଡ଼ିକ ଅନ୍‌ଲାଇନ୍‌ ହେଉଛି । କିଛି ଅଫିସ୍‌ରେ କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ କରିବା ପାଇଁ କୁହାଯାଇଛି । ଏଭଳି କ୍ଷେତ୍ରରେ ଲୋକେ ଛୋଟ ଛୋଟ ସାମଗ୍ରୀ ଆଣିବା ପାଇଁ ବି ବାହାରକୁ ବାହାରୁନାହାନ୍ତି । ତେଣୁ କ୍ୱିକ୍‌ କମର୍ସ, ଇ-କମର୍ସ ଏବଂ ଫୁଡ୍‌ ଡେଲିଭରୀ ପ୍ଲାଟ୍‌ଫର୍ମଗୁଡ଼ିକରେ ପୁଳା ପୁଳା ଅର୍ଡର ଆସୁଛି । କିନ୍ତୁ ପ୍ରଦୂଷଣ ଯୋଗୁ ଏହି ପ୍ଲାଟ୍‌ଫର୍ମଗୁଡ଼ିକରେ ଏବେ ଡେଲିଭରୀମ୍ୟାନ୍‌ ଅଭାବ । ସାମଗ୍ରୀ ଡେଲିଭର କରିବା ପାଇଁ ଏମାନେ କୁଣ୍ଠାବୋଧ କରୁଛନ୍ତି । ଏଥିପାଇଁ କମ୍ପାନିଗୁଡ଼ିକ ବଡ଼ ସମସ୍ୟା ଦେଇ ଗତି କରୁଛନ୍ତି । 

ଗୋଟିଏ ପଟେ ବଡ଼ ଆକାରରେ ଅର୍ଡର ଆସୁଛି ଅନ୍ୟପଟେ ଡେଲିଭରୀ କର୍ମଚାରୀଙ୍କ ଅଭାବ ଯୋଗୁ ସାମଗ୍ରୀ ଯୋଗାଣରେ ସମସ୍ୟା ଦେଖାଦେଉଛି । ପିଲାମାନେ ସ୍କୁଲ ଯାଉନାହାନ୍ତି । କର୍ମଚାରୀମାନେ ୱାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି । ଗ୍ରାହକ ଘରୁ ବାହାରୁନାହାନ୍ତି । ଅନ୍‌ଲାଇନ୍‌ ଅର୍ଡରର ବିକଳ୍ପ ବାଛୁଛନ୍ତି ଲୋକେ । ଗ୍ରାହକ ବି କ୍ୱିକ୍‌ କମର୍ସ ବିକଳ୍ପ ଆଡ଼କୁ ଯାଉଛନ୍ତି । ଅର୍ଥାତ ୧୦ ମିନିଟ୍‌ରେ ସାମଗ୍ରୀ ଘରେ ପହଞ୍ଚିଯିବ । କମ୍ପାନିଗୁଡ଼ିକ ପାଖରେ ଅର୍ଡର ଗଦା ହେଉଛି କିନ୍ତୁ ଡେଲିଭରୀ କରୁଥିବା କର୍ମଚାରୀଙ୍କ ସଂଖ୍ୟା କମୁଛି । କାରଣ ପ୍ରଦୂଷଣରେ ବାହାରକୁ ବାହାରିବାକୁ କିଏ ବା ଚାହିଁବେ ।  ପୂର୍ବରୁ ଦିନକୁ ଯେତିକି ଅର୍ଡର ଆସୁଥିଲା ତାହା ବଡ଼ ଆକାରରେ ବଢ଼ିଯାଇଛି । ପ୍ରମୁଖ ଇ-କମର୍ସ ପ୍ଲାଟ୍‌ଫର୍ମ ଆମାଜନ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଡେଲିଭରୀ ବୟମାନଙ୍କୁ ଏନ୍‌୯୫ ମାସ୍କ ବିତରଣ କରୁଛି । କମ୍ପାନି ଏହାର ସର୍ଭିସ ପାର୍ଟନରମାନଙ୍କୁ ମଧ୍ୟ ସେମାନଙ୍କ କର୍ମଚାରୀମାନଙ୍କ ପାଇଁ ମାସ୍କ ଉପଲବ୍ଧ କରିବା ପାଇଁ ପରାମର୍ଶ ଦେଇଛି । ସମ୍ପ୍ରତି ଏୟାର୍‌ ପ୍ୟୁରିଫାୟର ଏବଂ ମାସ୍କ ଚାହିଦା ବଡ଼ ଆକାରରେ ବୃଦ୍ଧି ପାଇଥିବା ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.